ଚୋର ସନ୍ଦେହରେ ଯୁବକକୁ ନିସ୍ତୁକ ମାଡ଼

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଛୁଆ ଚୋର ସନ୍ଦେହରେ ଯଶିପୁର ଅଂଚଳରେ ଜନୈକ ବ୍ୟକ୍ତିଙ୍କୁ କାବୁ କରି ହାତ ଗୋଡ ବାନ୍ଧି ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ । ଯଶୀପୁର ଥାନା କେନ୍ଦୁମୁଣ୍ଡି ଗାଆଁରୁ ଛୁଆ ଚୋରି କରୁଥିବା ନେଇ ଅଭିଯୋଗ, ଘଟଣା ସ୍ଥଳରୁ ଯଶିପୁର ପୋଲିସ ଛୁଆ ଚୋରକୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା ଜାରି , ଚୋର ଠାରୁ ଏକ ଲୁହା ରଡ଼,ଟାଙ୍ଗିଆ, ଚାବି ପେନ୍ଥା ଓ ଛୁରୀ ଜବତ କରିଥିବା ସ୍ଥାନୀୟ ଲୋକଙ୍କ ସୂଚନା,ଏଇ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏବେ ଲୋକେ ଆତଙ୍କିତ ଥିବା ଜଣା ପଡିଛି । ତେବେ ଛୁଆ ଚୋରି କରୁଥିବା ବ୍ୟକ୍ତିଙ୍କ ପରିଚୟ ମିଳି ପାରିନି ନଥିବା ବେଳେ,ଏ ସମ୍ପର୍କରେ ପୋଲିସ ପକ୍ଷରୁ ମଧ୍ୟ କୌଣସି ସୂଚନା ମିଳି ପାରିନି ।ଲୋକଟି ମାନସିକ ବିକୃତି କି ଆଉ କ’ଣ ପୋଲିସ ତଦନ୍ତ କରୁଛି?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ