ଆଲୁମୁନିମାନଙ୍କ ସହଯୋଗରେ ମଧ୍ୟାହ୍ନ ଭୋଜନ ପରିବେଷଣ ମୁକ୍ତ କକ୍ଷ ଉଦ୍ଘାଟନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଅପରାହ୍ନରେ ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନୂତନ ନିର୍ମିତ ମଧ୍ୟାହ୍ନ ଭୋଜନ କକ୍ଷ ମୁଖ୍ୟ ଅତିଥି ଜିଲ୍ଲlଶିକ୍ଷାଧିକାରୀ,ଗଜପତିଙ୍କ ଦ୍ଵାରା ଉଦ୍ଘାଟନ ହୋଇସାରିଛି। ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କ ସହଯୋଗରେ ଏହା ସମ୍ଭବପର ହୋଇପାରିଛି ବୋଲି ବକ୍ତାମାନେ କହିଥିଲେ। ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କିଶୋର ପଟନାୟକ,ମହେଶ ସାହୁ, ବାବୁନା ବେହେରା,ବାଳକୃଷ୍ଣ ପାତ୍ର ମାଞ୍ଚାସୀନ ଥିଲେ। ପୁରାତନ ଛାତ୍ର ବିଚିତ୍ରାନନ୍ଦ ବେବର୍ତ୍ତା,ଭାଗବତ ପାଢ଼ୀ, ଲିମାଇ ପାତ୍ର, ବାବୁଲି ରାଜଗୁରୁ ରଘୁନାଥ ବରାଡ,ପ୍ରଭୃତି ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ।ଶେଷର ରାମକୃଷ୍ନ ଗନ୍ତାୟତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।ବିଦ୍ୟାଳୟ କମିଟିର ଅଧ୍ୟକ୍ଷା ସସ୍ମିତା ଗନ୍ତାୟତ ମଧ୍ୟ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ