ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଗହିଙ୍ଗିଆ ଖେଳ ପଡିଆ ଠାରେ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଥଲା। ଗୁରୁବାର ଫାଇନାଲ ମ୍ୟାଚରେ ନୂଆଗାଁ (ଏ) ନୂଆଗାଁ (ଲିଜେଣ୍ଡ)କୁ ଛଅ ରନ୍ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ପ୍ରଥମେ ଟସ୍ ଜିତି ନୂଆଗାଁ (ଏ) ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୯୭ ରନ୍ ସଂଗ୍ରହ କରିଥିଲା। ୯୮ ରନ୍ ର ବିଜୟ ଲକ୍ଷ୍ୟ ନେଇ ଖେଳୁଥ‌ିବା ଲିଜେଣ୍ଡ ଦଳ ୯୧ ରନ୍ କରିଥିଲା ଫଳରେ ୬ ରନ୍ ରେ ପରାସ୍ତ ଯାଇଥିଲା। ବାବୁନାଥ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ ହୋଇଥ‌ିବା ବେଳେ ସଚିନ ନାୟକ ଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ରୂପେ ପୁରସ୍କୃତ କରାଯାଇଥିଲା। ଏଥିରେ ମୂଖ୍ୟ ଅତିଥି ଭାବେ ବାଲିଗୁଡା ସାଂସଦ ପ୍ରତିନିଧି ତଥା ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ବିଧାୟକ ଚକ୍ରମଣି କହଁର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟା ଅନିତା ମଲିକ, ଉପାଧ୍ୟକ୍ଷ ଧବଳେଶ୍ୱର ପାତ୍ର,କ.ନୂଆଗାଁ ବ୍ଲକ ବିଜେଡି ସଭାପତି ଭାଗ୍ୟବାନ ବେହେରା, ସହଦେବ ପାତ୍ର ଓ ରଜନୀ କାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ବିଜେତା ଦଳକୁ ୮୦୦୧ ଟଙ୍କା ସହ କପ୍ ଓ ଉପ ବିଜେତା ଦଳକୁ ୬୦୦୧ ଟଙ୍କା ସହ କପ୍ ପ୍ରଦାନ କରିଥିଲେ ଏବଂ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ କୁ ଧବଳେ ମଲିକ ଓ ଦ୍ରାବିଡ଼ ମଲିକ ଅମ୍ପାୟାରିଂ କରିଥିବା ବେଳେ ଏନ୍.ସି.ସି କ୍ରିକେଟ କ୍ଲବ୍ ସଭାପତି ବୁବୁ ନାୟକ, ଚନ୍ଦନ ପଣ୍ଡା, ରାକେଶ ଜେନା, ରବିନ୍ଦ୍ର ଡାକୁଆ,ହାପି ନାୟକ, ସିପୁନ ଦିଗାଲ, ମିନୁ ସାହାଣୀ ଙ୍କ ସମେତ ଗ୍ରୁପର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ