ମରଚାଇପଦା ଗ୍ରାମରେ ଜଗନ୍ନାଥ ମନ୍ଦିରର ଭୁମିପୂଜା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ପଞ୍ଚୟତ ମରଚାଇପଦା ଗ୍ରାମରେ ଆଜି ପବିତ୍ର ବାହୁାଯାତ୍ରା ଅବସରରେ ପ୍ରଭୂ ଜଗନ୍ନାଥ ମନ୍ଦିରର ଭୁମିପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରାମରେ ସିଦ୍ଧ ମରଚାଇ ମନ୍ଦିର, ବାଲକେଶ୍ୱର ମନ୍ଦିର, ଶନିଶ୍ଚର ମନ୍ଦିର, ହନୁମାନ ମନ୍ଦିର ଅବସ୍ଥିତ ଥିବାବେଳେ ୧୧ବର୍ଷ ହେଲା ଭାଗବତ ଟୁଙ୍ଗି ପ୍ରତିଷ୍ଠା କରାଯାଇଛି । ଗ୍ରାମବାସୀଙ୍କ ଦୀର୍ଘଦିନ ହେଲା ଜଗନ୍ନାଥ ମନ୍ଦିର ନିର୍ମାଣ କରିବାପାଇଁ ଆଶା ଥିବାବେଳେ ଗତ ତିନିମାସ ତଳୁ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଠାକରି ପୂଜାର୍ଚ୍ଚନା କରି ଆସୁଛନ୍ତି । ଗ୍ରାମବାସୀମାନେ ଏକ ମନ୍ଦିର ନିର୍ମାଣକରିବା ପାଇଁ ନିଷ୍ପତିନେଇ ଆଜି କାନପୁର ଗ୍ରାମର ହରମୋହନ ପଣ୍ଡା ଓ ମିନତୀ ପଣ୍ଡାଙ୍କ ପୌରହିତ୍ୟରେ ଭୁମୀପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ପଣ୍ଡିତ ଭକ୍ତ ମୋହନ ତ୍ରିପାଠୀ, ରାମଚନ୍ଦ୍ର ପଣ୍ଡା, ପ୍ରସନ୍ନଜିତ ପଣ୍ଡାଙ୍କ ବେଦମନ୍ତ୍ରରେ ଶୁଭ ପ୍ରସ୍ଥର ସ୍ଥାପନ କରାଯାଇଥିଲା । ଏଥିରେ ଶଙ୍ଖାଳି ଚରଣ ରାଉଳ, କୃଷ୍ଣଚନ୍ଦ୍ର ସା, ଅଜିତ ରାଉତ, ଅଜୟ ମହାନ୍ତି, ଜଜାତି ମହାନ୍ତି, ଅକ୍ଷୟ ବେହେରା, ରବିନ୍ଦ୍ର ମହାନ୍ତି, ବିଶ୍ୱଭୂଷଣ ରାଉଳ, ରଞ୍ଜନ କୁମାର ରାଉତ, ଗିରିଶ ମହାନ୍ତି, ପ୍ରାଣବଲ୍ଲବ ରାଉତ, ନିରଞ୍ଜନ ମହାନ୍ତି, ଗୟାଧର ଭୋଇ, ଗୟାଧର ପେଡା, ଆନନ୍ଦ ରାଉତ, ଫକିର ବେହେରା, ଗଙ୍ଗାଧର ରାଉତଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ଆଖପାଖ ଗ୍ରାମର ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ