ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ପ୍ରଭାକର ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କିରାଣୀ ଶ୍ରୀ ବେହେରା ପ୍ରଥମେ ଜଗତସିଂହପୁର ଜିଲ୍ଲାରେ କନିଷ୍ଠ କିରାଣୀ ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ପରେ କେନ୍ଦ୍ରାପଡା ଜିଲ୍ଲାକୁ ବଦଳି ହୋଇ ଆସି ବିଭିନ୍ନ ମଣ୍ଡଳ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟକରି ସୁନାମ ଅର୍ଜ୍ଜନ କରିଥିଲେ । ଶେଷରେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜଣେ ପ୍ରମୁଖ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରି ଆଜି ଅବସର ନେଇଛନ୍ତି । ଏହି ଅବସରରେ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ଏହି ସଭାରେ ବିଶ୍ୱଜିତ ରାଉତ, ରାଜକିଶୋର ଲେଙ୍କା, ଦିଲ୍ଲିପ କୁମାର ସାମଲ, ମହିମା ପ୍ରକାଶ ଭୂୟାଁ, ବ୍ରହ୍ମାନନ୍ଦ ସ୍ୱାଇଁ, ନିଶିତ କୁମାର ବାରିକ, କିଶୋର କୁମାର ସାହୁ, ଅବିନାଶ ତ୍ରିପାଠୀ, ବିଜ୍ଞାନ କିଶୋର ମହାପାତ୍ର, ସଞ୍ଜୟ କୁମାର ଦଳାଇ, ଗଣେଶ୍ୱର ରାଉତ, ଭାଷ୍କର ଚନ୍ଦ୍ର ଗାହାଣ, ନିରଞ୍ଜନ ସାହୁ, ପ୍ରିୟରଞ୍ଜନ ବିଶ୍ୱାଳ, ମହେନ୍ଦ୍ର ବିଶ୍ୱାଳ, ଅନନ୍ତ କୁମାର ଜେନା, ପ୍ରକାଶ ଚନ୍ଦ୍ର ପରିଡା, ସୁବାଷ ଚନ୍ଦ୍ର ମହାନ୍ତି, ରାଜ କିଶୋର ନାୟକ, ଜଗନ୍ନାଥ ସାହୁ, ବାବୁଲି ଗୋଛାୟତ ପ୍ରମୁଖ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ଗଙ୍ଗାରାମପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ କବି ମଧ୍ୟ ଉପସ୍ଥିତ ଥିଲେ ।