ପୂର୍ଣ୍ଣ ଦରମା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ସଫେଇ କର୍ମଚାରୀ

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ସଫେଇ କର୍ମଚାରୀମାନେ ପୂର୍ଣ ଦରମା ଦାବୀନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କର୍ମଚାରୀମାନଙ୍କୁ ଅନଲାଇନ ଦରମା ପ୍ରଦାନ ସହ ଇପିଏଫ କଟୁଥିବା ଟଙ୍କା ପ୍ରଦାନ କରିବା ସହ ଠିକ ସମୟରେ ଦରମା ଦେବା ଆଦି ବିଭିନ୍ନ ଦାବୀ ନେଇ ଗୁରୁବାର ଆନ୍ଦୋଳନକୁ ଓହ୍ଲାଇଛି ସଫେଇ କର୍ମଚାରୀ ସଂଘ । ଏହା ସହ କର୍ମଚାରୀମାନଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବା ଏଲ ଏଣ୍ଡ କେ ସଂସ୍ଥା ନିକଟରେ ଅଭିଯୋଗ କଲେ ମଧ୍ୟ ଆଜି କାଲି କହି ଦିନ ଗଡାଉ ଥିବା ନେଇ ଅଭିଯୋଗ ଆଣିଛନ୍ତି ସଫେଇ କର୍ମଚାରୀ। ଏଣୁ ଏହାକୁ ବିରୋଦ୍ଧ କରି ସଫେଇ ଠିକା କର୍ମଚାରୀ ମାନେ ଆନ୍ଦୋଳନ କରିବା ସହ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିବା ଜଣା ପଡ଼ିଛି। ସମସ୍ୟାର ସମାଧାନ ନହେବା ପର‌୍ୟ୍ୟନ୍ତ କାର‌୍ୟ୍ୟରେ ଯୋଗ ଦେବେ ନାହିଁ ବୋଲି ସଫେଇ କର୍ମଚାରୀ ସଂଘ ଚେତାବନୀ ଦେଇଥିବାବେଳେ ସଫେଇ କର୍ମଚାରୀଙ୍କ ଅସହଯୋଗ ଯୋଗୁ ଡାକ୍ତରଖାନାରେ କୁଢ଼ କୁଢ଼ ମଇଳା ପଡିରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ