ତହସିଲଦାରଙ୍କ ଦ୍ୱାରା ଘରେ ଘରେ ପଟା ବଣ୍ଟନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ତହସିଲ ପକ୍ଷରୁ ଆରମ୍ଭ ହୋଇଛି ନିଆରା ପ୍ରୟାସ । ତୁମୁଡ଼ିବନ୍ଧ ତହସିଲ ଅଧିନସ୍ଥ ମୋଟ ଜନସଂଖ୍ୟାରୁ ଶତକଡ଼ା ୫୦ ପ୍ରତିଶତରୁ ଅଧିକ ଆଦିବାସୀ ତଥା ଜନଜାତି ସମ୍ପ୍ରଦାୟର ଅଟନ୍ତି । ସେଥିମଧ୍ୟରୁ ଅଧିକାଂଶ ଚାଷବାସ କରି ପରିବାର ପ୍ରତିପୋଷଣ କରନ୍ତି । ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଫଳରେ ତହସିଲ କାର୍ଯ୍ୟାଳୟ ଆସି ପଟା ନେବା ସମ୍ଭବପର ନୁହେଁ । ଏଣୁ ଏମାନଙ୍କ ସୁବିଧା ଦୃଷ୍ଟିରେ ତୁମୁଡ଼ିବନ୍ଧ ତହସିଲଦାର ବନବିହାରୀ ହରପାଲ ଯୋଗ୍ୟ ହିତାଧିକାରୀଙ୍କୁ ଚି଼ହ୍ନଟ କରି ଘରକୁ ଘର ପହଞ୍ଚି ଜମି ପଟ୍ଟା ଯୋଗାଇ ଦେଉଥିବାବେଳେ ଅତିରିକ୍ତ ତହସିଲଦାରଙ୍କ ସମେତ ବିଭିନ୍ନ ସର୍କଲର ଆର୍.ଆଇ ଏଥିରେ ପୂର୍ଣ୍ଣ ସହଯୋଗ କରୁଥିବା ଦେଖିବାକୁ ମିଳିଛି । ଗତ ଦୁଇଦିନ ମଧ୍ୟରେ ୫୦ରୁ ଉର୍ଦ୍ଧ୍ବ ହିତାଧିକାରୀ ନିଜ ଘରେ ଥାଇ ତହସିଲଦାରଙ୍କ ଠାରୁ ପଟ୍ଟା ପାଇଥିବା ଜଣାପଡ଼ିଛି । ତହସିଲଦାରଙ୍କ ଏଭଳି ପ୍ରୟାସରେ ହିତାଧିକାରୀ ଆତ୍ମସନ୍ତୁଷ୍ଟୀ ଲାଭ କରିଥିବା ବେଳେ ଅଞ୍ଚଳବାସୀ ରାଜ୍ୟ ସରକାର ଓ ଅଧିକାରୀଙ୍କୁ ସାଧୁବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ