ବାଲିଗୁଡା ବ୍ଲକସ୍ତରୀୟ ମନରେଗା ଜନଶୁଣାଣୀ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ପରିଷଦଙ୍କ ନିର୍ଦେଶ କ୍ରମେ ଚଳିତ ମାସ ୧୨ ତାରିଖ ବୁଧବାର ଦିନ ବାଲିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ବ୍ଲକସ୍ତରୀୟ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର (ମନରେଗା) ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି l ଉକ୍ତ ଜନ ଶୁଣାଣୀ ରେ ବାଲିଗୁଡା ପଞ୍ଚାୟତ ସମିତି ଅନ୍ତର୍ଗତ ସମସ୍ତ ପଞ୍ଚାୟତ ରେ ଗତ ୨୦୨୨ ମସିହା ଅକଟୋବର ମାସ ୧୨ ତାରିଖ ଠାରୁ ୨୦୨୩ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ସମସ୍ତ ମନରେଗା କାର୍ଯ୍ୟ ଆଧାରିତ ସମସ୍ୟା ଗୁଡିକର ଜନଶୁଣାଣୀ ହେବ l ଏଣୁ ଏ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ବାଲିଗୁଡା ବ୍ଲକର ସମସ୍ତ ଜନସାଧାରଣ ବୁଦ୍ଧିଜୀବୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ରହି ଜନଶୁଣାଣୀ ସମ୍ପର୍କରେ ସଚେତନ ହେବାପାଇଁ ବ୍ଲକ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ