ହାତୀଓଟ ନୋଡାଲ ହାଇସ୍କୁଲରେ ବନମହୋତ୍ସବ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ହାଇସ୍କୁଲରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ତଥା ଯୁବ ଆଇନଜୀବୀ ସୁଶାନ୍ତ କୁମାର ସାହୁ ଯୋଗ ଦେଇ ବୃକ୍ଷ ରୋପଣର ମହତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଏନ୍.ସି.ସି ଓ ଇକୋ କ୍ଳବ୍ ଶିକ୍ଷକ ନିରାନନ୍ଦ ସାହୁ ବନମହୋତ୍ସବର ମହତ୍ଵ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହାପରେ ସ୍କୁଲ ପରିସରରେ ବିଭିନ୍ନ ବୃକ୍ଷର ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶଙ୍କର ପ୍ରଧାନ, ଶୁଭକାନ୍ତ ସାହୁ, ରମେଶ ଚନ୍ଦ୍ର ସ୍ବାଇଁ, ସିମାଞ୍ଚଳ ସାହୁ, ସମୀର କୁମାର ଦଳାଇ, ଗଣପତି ସାହୁ, ଶୁଶାନ୍ତ କୁମାର ସ୍ଵାଇଁ, ଶିକ୍ଷୟିତ୍ରୀ ସବିତା କୁମାରୀ ରାଉତ, ସୁନୀତା ବଡ଼ଜେନା, ଏବଂ କର୍ମଚାରୀ ଦୀପକ ପ୍ରଧାନ,ଏନ୍.ସି.ସି., ଇକୋ କ୍ଳବ୍ ର ଶିକ୍ଷାର୍ଥୀ, ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଚାରା ଗୁଡ଼ିକର ସୁରକ୍ଷା ପାଇଁ ପଞ୍ଚାୟତ ତରଫରୁ ଗହଣା ଯୋଗାଇ ଦେବାକୁ ସରପଞ୍ଚ ପ୍ରତିନିଧି ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଥିଲେ।


