ହାତୀଓଟ ମହାବିଦ୍ୟାଳୟରେ ବନମହୋତ୍ସବ

ପୋଲସରା, (ଅନିଲ କୁମାର ମହାରଣା):ଜୁଲାଇ ୭ ତାରିଖ ଦିନ ୭୪ ତମ ବନାମହୋତ୍ସବ ସପ୍ତାହ ଉପଲକ୍ଷେ ହାତୀଓଟ ଗଙ୍ଗାଧର ସାହୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଯାଜ୍ଞସେନୀ ସାହୁଙ୍କ ତତ୍ବାବଧାନରେ ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ମୂଲ୍ୟବାନ ଗଛର ଚାରା ରୋପଣ କରିଥିଲେ । ଉକ୍ତ ବନମହୋତ୍ସବ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଗହଣରେ ଚାରା ରୋପଣ କରିଥିଲେ। ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରତିବର୍ଷ ଗୋଟିଏ ଚାରା ଲଗାଇ ବଡ କରିବାର ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବ । ତେବେ ଯାଇ ଭବିଷ୍ୟତରେ ଆମେ ଅମ୍ଳଜାନ ଓ ଜଳ କଷ୍ଟରୁ ମୁକ୍ତି ପାଇପାରିବା ବୋଲି ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ। ବୃକ୍ଷ ରୋପଣ ଦ୍ୱାରା ଦୁଷିତ ପରିବେଶକୁ ନିୟନ୍ତ୍ରଣ କରିପାରିବା ବୋଲି ପୋଲସରା ବନାଞ୍ଚଳ ଅଧିକାରୀ ସଚ୍ଚିନ କୁମାର ପ୍ରଧାନ ଉପସ୍ଥିତି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ସହିତ ମହାବିଦ୍ୟାଳୟ ପରିସରରେ ମୂଲ୍ୟବାନ ଚାରା ରୋପଣ କରିଥିବା ଯୋଗୁ ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଡେପୁଟି ରେଞ୍ଜର୍ ନନ୍ଦ କିଶୋର ସିଂ, ଫରେଷ୍ଟର ସରସ୍ଵତୀ ନାୟକ, ବନରକ୍ଷୀ ସୁବୋଧ ବେହେରା, ସୋନାଲି ପଣ୍ଡା, ସନ୍ତୋଷି ମହାରଣାଙ୍କ ସମେତ ବନ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ