ଆସନ୍ତା ୧୯ ତାରିଖରେ ଆପିଏଲ୍ ନିଲାମୀ
ମୁମ୍ବାଇ- ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରୀଡା ଇଭେଣ୍ଟ ଆଇପିଏଲ ପାଇଁ ଖେଳାଳୀ ନିଲାମୀ ପ୍ରକ୍ରିୟା ଆସନ୍ତା ୧୯ ତାରିଖରେ କଲିକତାରେ ଅନୁଷ୍ଠିତ ହେବ ବୋଲି ଆଇପିଏଲର ମ୍ୟାନେଜମେଣ୍ଟ କହିଛି । ଏହି ନିଲାମୀ ପ୍ରକ୍ରିୟାରେ ଭାରତୀୟ ଓ ବିଦେଶୀ ଖେଳାଳୀଙ୍କୁ ମିଶାଇ ମୋଟ ୯୮୧ ଜଣ ପଞ୍ଜିକରଣ କରିଥିଲେ । କିନ୍ତୁ ଆଇପିଏଲ ମ୍ୟାନେଜମେଣ୍ଟ ଏହି ନିଲାମ ପ୍ରକ୍ରିୟା ଲାଗି ଚୁଡାନ୍ତ ଖେଳାଳୀ ତାଲିକାରୁ ୩୩୨ ଜଣଙ୍କର ନାମ ସୀମିତ ରଖିଛ । ଏହି ତାଲିକାରେ ୧୯ଜଣ ଆନ୍ତର୍ଜାତୀୟ ଖେଳାଳୀ ସାମିଲ ହୋଇଥିବାବେଳେ ୨୪ଜଣଙ୍କର ନିଲାମୀ ସରିଛି ।ସେମାନଙ୍କ ମଧ୍ୟରେ ଓ୍ବେଷ୍ଟଇଣ୍ଡିଜର କେସରିକ ଓ୍ବିଲିୟମ୍ସ, ଅଷ୍ଟ୍ରେଲିଆର ଡାନ୍ କ୍ରିଷ୍ଟିଆନ, ଆଡାମ ଜାମ୍ପା ଓ ବାଂଲାଦେଶର ମୁସଫିକର ରହିମ ପ୍ରମୁଖ ରହିଛନ୍ତି। ଓରିଜିନାଲ ତାଲିକାରେ ଏହି ୨୪ ଖେଳାଳିଙ୍କୁ ସାମିଲ କରାଯାଇ ନ ଥିଲା। କିନ୍ତୁ ଫ୍ରାଞ୍ଚାଇଜମାନଙ୍କ ଅନୁରୋଧ ପରେ ଆଇପିଏଲ୍ ମ୍ୟାନେଜମେଣ୍ଟ ସେମାନଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରିଛି।