ଲୋକ ଅଦାଲତରେ ଫଇସଲା୧୧,୩୬୨ମାମଲା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ଆଇନସେବା ପ୍ରାଧିକରଣ ଆନୂକୁଲ୍ୟରେ ଜିଲା ଜଜକୋର୍ଟ ସମେତ ତାଲୁକ ଆଇନସେବା ସମିତି, ଜଳେଶ୍ୱର, ସୋରୋ, ବସ୍ତା, ନୀଳଗିରି ଏବଂ ଗ୍ରାମ୍ୟନ୍ୟାୟାଳୟ ଭୋଗରାଇ ଠାରେ ଜିଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇ ଯାଇଅଛି । ଜିଲା ଏବଂ ଦୌରାଜଜ ତଥା ଜିଲା ଆଇନସେବା ପ୍ରାଧିକରଣ, ଅଧ୍ୟକ୍ଷ ଅଶାନ୍ତ କୁମାର ଦାସଙ୍କ ସମେତ ଅନ୍ୟାନ୍ୟ ସମସ୍ତ ବିଚାର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଲୋକ ଅଦାଲତରେ ୨୨ ଟି ମୋଟରଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୧,୪୮,୦୦୦୦୦ ଟଙ୍କା, ୩୨ ଟି ଚେକ ବାଉନ୍ସ ମାମଲାରରୁ ୫୧,୫୨,୯୫୭ ଟଙ୍କା, ୧ ଗୋଟି ଖାଉଟି ବିବାଦ ମାମଲା, ୩୧ ଟି ବୈବାହିକ ମାମଲା, ୧୧,୨୬୬ ଟି ରାଜସ୍ୱ ମାମଲା ଫଇସାଲା କରାଯାଇ ୪୮,୯,୯୪୯ ଟଙ୍କା ଆଦାୟ କରାଯାଇଅଛି । ଏହି ଲୋକ ଅଦାଲତକୁ ଜିଲା ଆଇନସେବା ପ୍ରାଧିକରଣର ସଚିବ ପ୍ରିୟ ରଂଜନ ଓଝା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ