ବନ୍ଦ ଥିବା ସ୍କୁଲ ପୁନଃ ଖୋଲିବା ଦାବୀ

ଛତ୍ରପୁର, (ଦେବଦତ୍ତ ମହାରଣା):ବନ୍ଦ ହୋଇରହିଥିବା ସ୍କୁଲକୁ ପୁନଃ ଚାଲୁକରିବା ପାଇଁ ଗଞ୍ଜାମ ଜିଲାପାଳଙ୍କ ନିକଟରେ ଦାବୀ କରିଛନ୍ତି ଛାତ୍ର/ଛାତୀ ଓ ଅଭିବାବକ ମାନେ । ଏନେଇ ସୋମବାର ଖଲ୍ଲିକୋଟ ବ୍ଲକ ବିଳାସପୁର ଗ୍ରାମର ବହୁ ଛାତ୍ର/ଛାତୀ ଓ ଅଭିବାବକମାନେ ଛତ୍ରପୁର ଆସି ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ଲୀନାକୁମାରୀ ଖେସଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଉକ୍ତ ସ୍ମାରକପତ୍ରରେ ବିଳାସପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଦିର୍ଘ ୨ବର୍ଷ ହେଲା ବନ୍ଦ ହୋଇଯାଇଛି । ଉକ୍ତ ବିଦ୍ୟାଳୟ ବନ୍ଦ କରାଯାଇ ୫କିମି ଦୁରରେ ଥିବା କରଞ୍ଜରା ୟୁପିଏସକୁ ଯିବାକୁ ପଡୁଛି । ଯାହାକି କୋମଳମତି ଶିଶୁମାନେ ଏତେ ଦୁର ଯିବାକୁ ଅମଙ୍ଗ ହେବା ସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆରଟିଇ ଅନୁଯାଇ ୧ କିମି ମଧ୍ୟରେ ସମସ୍ତ ଶିଶୁକୁ ପ୍ରାଥମିକ ଶିକ୍ଷା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିଲେ ସୁଦ୍ଧା ୫କିମି ଦୁରକୁ ଯାଇ ଶିକ୍ଷାଦାନ କରିବା କେତେ ସମ୍ଭବ ହେବ ବୋଲି ଅଭିଭାବକ ମାନେ କହିଥିଲେ । ଏପରିକି ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ସ୍କୁଲ ବନ୍ଦ ହୋଇଯିବ ବୋଲି ଗ୍ରାମବାସୀଙ୍କୁ ଅବଗତ କରାଇନାହାନ୍ତି । ସ୍କୁଲ ବନ୍ଦ ହେବା ପରେ ପୂର୍ବରୁ ମଧ୍ୟ ଗ୍ରାମବାସୀମାନେ ଜିଲାପ୍ରଶାସନକୁ ସାକ୍ଷାତ କରିଥିଲେ ସୁଦ୍ଧା କୈାଣସି ସଫଳ ମିଳିନଥିବା କହିଥିଲେ । ଏବେ ଗ୍ରାମରୁ ୨୦ ରୁ ଅଧିକା ପିଲା ଅନ୍ୟ ଗ୍ରାମକୁ ଯାଇଶିକ୍ଷାଦାନ କରୁଛନ୍ତି, ତୁରନ୍ତ ଜିଲାପ୍ରଶାସନ ପକ୍ଷରୁ ଏକ ଟିମ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ ସହ ତଦନ୍ତ କରି ବନ୍ଦ ହୋଇଥିବା ସ୍କୁଲକୁ ପୁନଃଚାଲୁ କରିବା ଦାବୀ କରିଛନ୍ତି ଗ୍ରାମବାସୀମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ