ପିଡି ଡିଆରଡିଏ ଙ୍କ କରଞ୍ଜିଆ ଗସ୍ତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପିଡି ଡିଆରଡିଏ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମୟୂରଭଞ୍ଜ ଦୈ|ଲତ ଚନ୍ଦ୍ରକାର ଆଜି କରଞ୍ଜିଆ ଏନଏସି କାର୍ଯ୍ୟାଳୟ ପରିଦର୍ଶନ ଏବଂ କାର୍ଯ୍ୟ ସଂଯୋଜକ ନିଯୁକ୍ତିରେ ହୋଇଥିବା ଅନିୟମିତତା ଅଭିଯୋଗର ତଦନ୍ତ ପାଇଁ ଆସିଥିଲେ। କରଞ୍ଜିଆ ଠାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ୭ ଜଣ ଅଭିଯୋଗକାରୀ ଜିଲ୍ଲାପାଳ ଙ୍କୁ ଏହି ପଦବୀର ନିଯୁକ୍ତିରେ ବ୍ୟାପକ ଅନିୟମିତତା ଓ ଅର୍ଥ କାରବାର ହୋଇଥିବା ନେଇ ଏ ବିଷୟରେ ଲିଖିତ ଅଭିଯୋଗ କରିଥିଲେ। ଜିଲ୍ଲାପାଳ ବିନିତ ଭରଦ୍ୱାଜ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ମୟୂରଭଞ୍ଜ ଶ୍ରୀଯୁକ୍ତ ଦୈ|ଲତ ଚନ୍ଦ୍ରକାରଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତି ପ୍ରଦାନ କରି ଅଭିଯୋଗର ସତ୍ୟତା ଜାଣିବାକୁ ଆଜି କରଞ୍ଜିଆ ଏନଏସି କାର୍ଯ୍ୟାଳୟକୁ ପଠାଇଥିଲେ। କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ସମସ୍ତ ୭ ଜଣ ଅଭିଯୋଗକାରୀଙ୍କୁ ପୂର୍ବରୁ ନୋଟିସ୍ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଆଜି ୬ ଜଣ ଉପସ୍ଥିତ ଥିବା ବେଳେ ଜଣେ ଅନୁପସ୍ଥିତ ରହିଥିଲେ । ଅଭିଯୋଗ କାରୀ ଙ୍କ ଅଭିଯୋଗ ଶୁଣିବା ସହିତ ସମସ୍ତଙ୍କ ଶିକ୍ଷାଗତ ଯୋଗ୍ୟତାକୁ ପରଖ କରିବା ସହିତ ସମସ୍ତ କାଗଜପତ୍ର ଯାଞ୍ଚ କରିଥିଲେ ପିଡି ଙ୍କ ଏହି ଗସ୍ତ ସମୟରେ ଏନଏସି ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ ସେଠୀ, କରଞ୍ଜିଆ ଏନଏସି ଅଧ୍ୟକ୍ଷା ପପି ପୃଷ୍ଟି,ଉପାଧ୍ୟକ୍ଷ ସ୍ଵରୁପ କୁମାର ପରିଜାଙ୍କ ଉପସ୍ଥିତିରେ ଅନିୟମିତତା ହୋଇଛି କି ନାହିଁ ତଦନ୍ତ କରିଥିଲେ। ତେବେ ସେ ଆଜି କିମ୍ବା ଆସନ୍ତା କାଲି ତାଙ୍କର ରିପୋର୍ଟ ଜିଲ୍ଲାପାଳଙ୍କୁ ଦେଵେ ବୋଲି ସୂଚନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ