ସ୍ବାସ୍ଥ୍ୟକେନ୍ଦ୍ର ର ଫାର୍ମାସିଷ୍ଟ ଙ୍କୁ ମାଡ଼

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ର ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ରୋଗୀ କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ଯାଇଥିବା ଜୈନିକ ଯୁବକ ସ୍ବାସ୍ଥ୍ୟକେନ୍ଦ୍ର ର ଫାର୍ମାସିଷ୍ଟ ଙ୍କୁ ରୋଗୀ ଚିକିତ୍ସା କରୁଥିବା ସମୟରେ ମାଡ଼ ମାରିବା ସହିତ ସ୍ବାସ୍ଥ୍ୟକେନ୍ଦ୍ର ର ଚେୟାର, ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଘଟଣା ରୁ ପ୍ରକାଶ ଯେ, କାକଟପୁର ବ୍ଲକ ନୀଳକଣ୍ଠପୁର ଗ୍ରାମର ମନୋରଞ୍ଜନ ରାଉତ ଙ୍କ ପେଟ କୁ ମାରୁଥିବାରୁ ତାଙ୍କୁ ଆଣି ତାଙ୍କ ର ଜଣେ ସମ୍ପର୍କୀୟ ଚିକିତ୍ସା ପାଇଁ କାକଟପୁର ସରକାରୀ ସ୍ୱାସ୍ଥକେନ୍ଦ୍ର କୁ ଆସିଥିଲା।ଡାକ୍ତର ଙ୍କ ଅନୁପସ୍ଥିତି ରେ ବହିର୍ବିଭାଗ ରେ ରୋଗୀ ଦେଖୁଥିବା ଫାର୍ମାସିଷ୍ଟ ଭକ୍ତ ନାରାୟଣ ମହାରଣା ତାଙ୍କୁ ଇଞ୍ଜେକ୍ସନ ଓ ଔଷଧ ଲେଖି ଥିଲେ।ଇଞ୍ଜେକ୍ସନ ଦବା ଦାଇତ୍ୱ ରେ ଥିବା ନର୍ସ ଅନ୍ୟ ଜଣେ ରୋଗୀର ସାଲାଇନ ଲଗାଉଥିବାରୁ ଉକ୍ତ ଯୁବକ ହଟାତ ଉତ୍ୟେକ୍ତ ହୋଇ ସମ୍ପୃକ୍ତ ଫାର୍ମାସିଷ୍ଟ ଙ୍କୁ ମୋର କାଇଁ ଡେରି ହଉଛି ବୋଲି ପ୍ରଶ୍ନ କରିଥିଲା।ଜବାବରେ ଫାର୍ମାସିଷ୍ଟ ଉତ୍ତର ଦେଲେ ଯେ ଦିଦି ପୂର୍ବ ରୋଗୀର ସାଲାଇନ ଲଗାଇ ସାରିଲେ ତୁମକୁ ଦେବେ। ମାତ୍ର ଉକ୍ତ ଯୁବକ ଉତ୍ୟକ୍ତ ହୋଇ ସବୁ ରୋଗି ଙ୍କ ସମନାରେ ବିଭିନ୍ନ ଅଭଦ୍ର ଭାଷାରେ ତାଙ୍କୁ ଗାଳି କରିବା ସହ ଚେୟାର ଓ ଓପିଡି ଟେବୁଲ କୁ ଗୋଇଠା ମାରିବା ପରେ ବିପି ମାପିବା ମେସିନ କୁ ତଳେ କଚାଡି ଭାଙ୍ଗି ଦେବା ସହ ରୋଗୀ ବସିବା ଲୁହା ଟୁଲ ରେ ଫାର୍ମାସିଷ୍ଟ କୁ ମାରଣାନ୍ତକ ଆକ୍ରମଣ କରିଥିଲା। ଏହାପରେ ତାଙ୍କୁ ତଣ୍ଟିଆ ମାରି ତଳେ ଫୋପାଡ଼ି ପୁଣି ଘୋଷାରି ଘୋଷାରି ୱାର୍ଡ ପର୍ଯ୍ୟନ୍ତ ନେଇ ଥିଲା।ୱାର୍ଡ ରେ ପହଞ୍ଚି ଫାର୍ମାସିଷ୍ଟ ନିଜେ ତାଙ୍କ ରୋଗୀ କୁ ଇଞ୍ଜେକ୍ସନ ଦେବା ପରେ ମଧ୍ୟ ଯୁବକ ଙ୍କ ରାଗ ଶାନ୍ତ ହୋଇ ନ ଥିଲା।ସେ ରୋଗୀ ଶୋଇବା ଲୁହା ଖଟ ଓ ହାତରେ ଧରିଥିବା ଲୁହା ଟୁଲ କୁ ଭାଙ୍ଗିବା ସହ ରୋଗୀ ପାଣି ପିଇବା ପାଇଁ ଥିବା ୱାଟର ପ୍ୟୁରିଫାୟାର କୁ ଭାଙ୍ଗି ଦେଇ ଫେରାର ହୋଇ ଯାଇଥିଲା। ସମ୍ପୃକ୍ତ ଘଟଣା ସମ୍ପର୍କରେ ଫାର୍ମାସିଷ୍ଟ ବାଙ୍ଗୁରି ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଇନଚାର୍ଜ ଙ୍କୁ ଜଣାଇବା ପରେ ଡାକ୍ତର ଆଶିଷ ମହାପାତ୍ର ଘଟଣାସ୍ଥଳ ରେ ପହଞ୍ଚି ପୋଲିସ କୁ ଖବର ଦେଇଥିଲେ।କାକଟପୁର ଥାନା ଅଧିକାରୀ ତୁରନ୍ତ ପହଞ୍ଚି ଉପସ୍ଥିତ କର୍ମଚାରୀ ଙ୍କ ବୟାନ୍ ରେକଡ଼ କରିଛନ୍ତି।ସମ୍ପୃକ୍ତ ଫାର୍ମାସିଷ୍ଟ ଙ୍କୁ ଶାରୀରିକ ଓ ମାନସିକ ଆକ୍ରମଣ ହୋଇଥିବାରୁ ସେ ବ୍ୟଥିତ ହୋଇ ଆସନ୍ତା କାଲି ଠୁ ଛୁଟି ରେ ଯିବାପାଇଁ ନିଷ୍ପତ୍ତି କରିବା ସହ ରାଜ୍ଯ ଫାର୍ମାସିଷ୍ଟ ସଂଘ କୁ ଏ ସମ୍ପର୍କ ରେ ଜଣାଇଛନ୍ତି। ସବୁ ଘଟଣା ସ୍ୱାସ୍ଥ୍ୟକେନ୍ଦ୍ର ରେ ଲାଗିଥିବା ସି ସି ଟିଭି ରେ କୟଦ ହୋଇଛି।ପୋଲିସ ସି ସି ଟିଭି ଫୁଟେଜ କୁ ନେଇ ଘଟଣାରେ ସଂପୃକ୍ତ ଯୁବକ ଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନ ରେ ଚଢାଉ ଜାରି ରଖିଛି। ଏହି ଘଟଣା ସମଗ୍ର କାକଟପୁର ଅଂଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ