ବନ୍ୟା ନିୟନ୍ତ୍ରଣ ଓ ଜଳସେଚନ ସମ୍ପର୍କରେ ପ୍ରସ୍ତୁତି ବୈଠକ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ଅଧକ୍ଷତାରେ ପୁରୀ ଜିଲ୍ଲା ବଳଙ୍ଗା ସ୍ଥିତ ଜଳସେଚନ ବିଭାଗ ଡାକ ବଙ୍ଗଳା ଠାରେ ଆସନ୍ନ ବନ୍ୟା ନିୟନ୍ତ୍ରଣ ଓ ଖରିଫ ଜଳସେଚନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୌସୁମୀ ର ଲୁଚକାଳି ଖେଳ ହେତୁ ଚାଷ କାର୍ଯ୍ୟ ପଛାଇଯାଇଛି ।ତେଣୁ କେନାଲ ମାନଙ୍କରେ କେନାଲ ପାଣି ଛାଡିବାକୁ ବିଧାୟକ ସମସ୍ତ ଅଧିକାରୀ ମାନଙ୍କୁ କହିଥିଲେ ।ଆସନ୍ନ ବନ୍ୟା କୁ ଆଖି ଆଗରେ ରଖି ଗଳିଆ ଥିବା ନଦୀ ବନ୍ଧ ଗୁଡ଼ିକ ମରାମତି କରିବା ସହିତ ନଦୀ ବନ୍ଧ ଉପରେ ଦୃଷ୍ଟି ରଖିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକ ରେ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ ସହିତ ବଳଙ୍ଗା ସରପଞ୍ଚ ଙ୍କ ପ୍ରତିନିଧି ସୁକାନ୍ତ ବରାଳ , ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠ ନାଥ ଦଳେଇ,ସହକାରୀ ଯନ୍ତ୍ରୀ ସଂଗ୍ରାମ କେଶରୀ ମହାନ୍ତି, ସହକାରୀ ଯନ୍ତ୍ରୀ ଅଜୟ କୁମାର ପ୍ରଧାନ , ବାଲିପାଟଣା , ନିମାପଡା, ଗୋପ ଓ ବଳଙ୍ଗା ଡିଭିଜନ ର ସମସ୍ଥ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ l


