ଗଞ୍ଜାମ ରେ ଇଣ୍ଡିଆନ ଅଇଲର ପେଟ୍ରୋଲ ପମ୍ପ ଉଦଘାଟିତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ପୁଇଁତୋଳା ଛକ ଜାତୀୟ ରାଜପଥ(୧୬)ରେ ଇଣ୍ଡିଆନ ଅଇଲ ର ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି। ଜଗା ଫିଲିଙ୍ଗ ଷ୍ଟେସନର ପ୍ରୋପାଇଟର ବି.ଜଗାରାଓ ରେଡ୍ଡୀ ଙ୍କ ତତ୍ତ୍ୱାବଧାନରେଏହି ପେଟ୍ରୋଲ ପମ୍ପକୁ ଇଣ୍ଡିଆନ ଅଇଲ କୋପେରେସନ ଲିମିଟେଡ଼ ର ଭୁବନେଶ୍ୱର ଡିଭିଜନର ରିଟେଲ ସେଲର (ଡିଭିଜନ) ମୁଖ୍ୟ ଶ୍ରୀକାନ୍ତ ଓକୁଲା ଉଦଘାଟିନ କରିଥିଲେ।। ସମ୍ମାନିତ ଅତିଥି ରୂପେ ଚିଫ ମ୍ୟାନେଜର ଏଲ.କେ . କୀରଣ ପାତ୍ର, ରିଟେଲ ସେଲରସର ମ୍ୟାନେଜର ସିନିୟର ମ୍ୟାନେଜର ଦେବାଶିଷ ନାୟକ, ତମଲା ଦତ୍ତ, ବ୍ରହ୍ମପୁର ରିଟେଲ ସେଲସ ମ୍ୟାନେଜର ଆଦିତ୍ୟ ମହାରଣା ,ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଲୋକପ୍ରତିନିଧି, ରାଜନୈତିକ ଦଳର ନେତୃବୃନ୍ଦ, ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ଥିଲେ। ଦୀର୍ଘ ଦିନ ପ୍ରତୀକ୍ଷା ପରେ ଏହାର ଶୁଭାରମ୍ଭ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ହସର ଲହରୀ ଖେଳିଯାଇଛି।