ସାପ କାମୁଡାରେ ଚାଷୀ ମୃତ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ ଭୂଇଁପୁର ଗ୍ରାମର ଦିବାକର ବିଶ୍ବାଳ (୬୪) ଙ୍କର ସାପକାମୁଡାରେ ଦେହାନ୍ତ ହୋଇଛି । ରାତିରେ ବର୍ଷା ହେବାରୁ ଭୋର ୫ଟାରେ କିଆରି ହିଡ ବାନ୍ଧିବାକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ସାପ କାମୁଡା କଥା ଜାଣିବା ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ମୂଖ୍ୟ ଚିକିତ୍ସାଳୟକୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେଠାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା । ଦିବାକରଙ୍କ ମୃତ୍ୟୁ ଖବର ପାଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ସ୍ବଦେଶ ପଣ୍ଡା, ରଜନୀକାନ୍ତ ବିଶ୍ବାଳ, ଲଲାଟ ପାଢୀ, ଅମର ବିଶ୍ବାଳ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।