ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡ଼େରେସନର କାର୍ଯ୍ୟକାରିଣୀ ବୈଠକ ୫, ଖାରବେଳ ନଗର, ୟୁନିଟ୍‌-୩, ଭୁବନେଶ୍ୱର ଶିକ୍ଷକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଫେଡ଼େରେସନର ସଭାପତି ରମଣୀ ରଞ୍ଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମହାସଚିବ ଚାରୁଲତା ମହାପାତ୍ର ପଦୋନ୍ନତି ଜନିତ ସମସ୍ୟା, ସଂଗଠନକୁ ବ୍ଲକସ୍ତରରୁ ସୁଦୃଢୀକରଣ, କଣ୍ଟ୍ରାକ୍ଟଚୁଆଳ (ଚୁକ୍ତିଭିତ୍ତିକ) ନିଯୁକ୍ତିକୁ ଉଚ୍ଛେଦ ସହିତ ମୂଳ ଗ୍ରେଡ୍ ପେ ର ପରିବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । ପଦୋନ୍ନତିରେ ଥିବା ସମସ୍ୟା ଦୂର ହୋଇ ପୁନର୍ବାର ୨୦୧୯ କ୍ୟାଡ଼ର ରୁଲ୍ ଅନୁଯାୟୀ ପ୍ରମୋସନ ଚାଲିଥିବାରୁ ମାନ୍ୟବର ମନ୍ତ୍ରୀ ଓ ସରକାରଙ୍କୁ ସଂଗଠନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ତତ୍‌ପରେ ନିର୍ଦ୍ଦେଶକଙ୍କର ତା ୦୬.୦୫.୨୦୨୩ ଚିଠି ପ୍ରତ୍ୟାହାର ହୋଇଥିବାରୁ ତୁରନ୍ତ ପ୍ରମୋସନ କାର୍ଯ୍ୟକୁ ସମାପ୍ତ କରିବାକୁ କମିଶନ ମହୋଦୟାଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା । ବ୍ଲକସ୍ତରରେ ସଂଗଠନକୁ ସୁଦୃଢ କରିବା ପାଇଁ ନିର୍ବାଚନ ନ ହୋଇଥିବା ବ୍ଲକ ଗୁଡ଼ିକ ତୁରନ୍ତ ନିର୍ବାଚନ କରିବା ନିମନ୍ତେ ନିଷ୍ପତ୍ତି କରାଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ହୃଦାନନ୍ଦ ଦ୍ୱିବେଦୀ, ଉପଦେଷ୍ଟା ଭ୍ରମରବର ରାଉତ, ସଂଯୋଜକ ଜ୍ୟୋତିରଞ୍ଜନ ଦାସ, କୋଷାଧ୍ୟକ୍ଷ ଆଲୋକ ରଞ୍ଜନ ସାହୁ, ଉପସଭାପତି ସୁକାନ୍ତି ସାବୁତ, ବିଜୟ ମହାନ୍ତି ତଥା ରାଜ୍ୟ କାର୍ଯ୍ୟକାରିଣୀର ସଭ୍ୟସଭ୍ୟା ଓ ଜିଲ୍ଲା ସଭାପତି, ସମ୍ପାଦକ ସଂଗଠନ ସମ୍ପାଦକ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ