ଦୁର୍ଘଟଣାରେ ଆହତ ଡ୍ରାଇଭରକୁ ସହାୟତାର ହାତ ବଢ଼ାଇଲା ସାନଭୀ ସେବା ଟ୍ରଷ୍ଟ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ମଠଡାହି ଗ୍ରାମର ଡ୍ରାଇଭର ଛବିନ୍ଦ୍ର ମହାକୁଡଙ୍କୁ ସହାୟତାର ହାତ ବଢ଼ାିଛି ସାନଭୀ ସେବା ଟ୍ରଷ୍ଟ । ଗତ ରଜ ସମୟରେ ହଦଗଡ ବୁଲିବାକୁ ଯାଇଥବବାବେଳେ ଦୁର୍ଘଟଣାଗ୍ରସ୍ଥ ହୋଇ ତାଙ୍କର ଗୋଟିଏ ଗୋଡ ତିନିଖଣ୍ଡ ହୋଇଯାଇଥିଲା । ସେ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ଆସିବାପରେ ଘରେ ପଡିରହିଥିଲେ । ଏପରିକି ପୁନର୍ବାର ଯାଇ ଡାକ୍ତରଙ୍କୁ ଦେଖାଇବାକୁ ତାଙ୍କ ପାଖରେ ପଇସାଟିଏ ବି ନଥିଲା । ଅନ୍ୟପଟେ ସେ ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ହୋଇ ଘରେ ପଡିଯିବାରୁ ତାଙ୍କ ଘରେ ଦୁଇଓଳି ଚୁଲି ମଧ୍ୟ ଜଳିପାରୁ ନଥିଲା । ସ୍ତ୍ରୀ ଓ ତିନିଛୁଆ ଅଦ୍ଧାହାରରେ ଦିନ କାଟୁଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସାନଭୀ ସେବା ଟ୍ରଷ୍ଟ ସହଯୋଗର ହାତ ବଢ଼ାଇଛି । ଆଜି ସାନଭୀ ସେବାଟ୍ରଷ୍ଟର ପ୍ରତିଷ୍ଠାତା ଦିଲ୍ଲିପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ତପନ କୁମାର ବଳ, ଶିବବ୍ରତ ପଣ୍ଡା, ସନ୍ତୋଷ ପରିଡା, ଗଙ୍ଗାଧର ଦାସ, ଜିତେନ୍ଦ୍ର କୁମାର ନାୟକ ପ୍ରମୁଖ ଛବିନ୍ଦ୍ରଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ବୁଝିବା ସହିତ କିପରି ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯିବ ସେନେଇ ବ୍ୟବସ୍ଥା କରିବା ସହିତ ତାଙ୍କ ପରିବାର ଚଳିବାପାଇଁ ମାସକର ରେସନ ସାମଗ୍ରୀ ଓ କିଛି ଆର୍ଥôକ ସହାୟତା ପ୍ରଦାନ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ