ଓରାଳି ଠାରେ ନୁତନ ସମବାୟ ସମିତି ଖୋଲିଲା

ହାଟଡିହିି, (ବିକାଶ ବିଶ୍ୱାଳ):ଓରାଳି ପଞ୍ଚାୟତର ଚାଷୀ ମାନଙ୍କୁ ସ୍ୱାର୍ଥକୁ ଆଖି ଆଗରେ ରଖି ସେଠାରେ ଏକ ନୁତନ ସମବାୟ ସମିତି ଖୋଲାଯାଇଛି । ଓରାଳି ପଞ୍ଚାୟତର ଚାଷୀମାନେ ପୁର୍ବରୁ ବଡରମ୍ପାସ ସମବାୟ ସଭିତି ଅଧିନରେ ଥବବାରୁ ସେମାନେ ବଡରମ୍ପାସ କାର୍ଯ୍ୟାଳୟକୁ ଯିବାରେ ନାନା ଅସୁବିଧା ଭୋଗ କରୁତôଲେ । ଉଚିତ ସମୟରେ ଧାନ ବିକ୍ରୟ କରିବାରେ ମଧ୍ୟ ନାନା ଅସୁବିଧା ଭୋଗ କରୁଥିଳେ । ଗ୍ରାମବାସୀଙ୍କ ଅନେକ ଦାବିପରେ ସେଠାରେ ଆଜି ନୁତନ ସମବାୟ ସମିତିର କାର୍ଯ୍ୟାଳୟ ଖୋଲାଯାଇଛି । ଡି.ଆର.ସି.ଏସ ଶୁଭ୍ରକାନ୍ତି ତୁଙ୍ଗ, ଏ.ଆର.ସି.ଏସ ଅଜୟ ସେଠୀ ପ୍ରମୁଖ ଅତିଥିଭାବେ ଯୋଗଦେଇ ଏହି ସମିତିକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓରାଳି ପଞ୍ଚାୟତର ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଏହି ସମିତି ହେବାଦ୍ୱାରା ଓରାି ପଞ୍ଚାୟତର ସମସ୍ତ ଚାଷୀମାନେ ଉପକୃତ ହୋଇପାରିବେ ବୋଲି ଡିଆରସିଏସ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ