ଶିମିଳିପାଳରେ କୁମ୍ବିଂ ଅପରେସନକୁ ଜୋରଦାର କଲା ପୋଲିସ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ଶିମିଳିପାଳ ଅଭୟାରଣ୍ୟ କୁ ସମ୍ପୁର୍ଣ୍ଣ ଶିକାରୀ ମୁକ୍ତ କରାଯିବ। ଯିଏ ଯେଉଁଠି ବି ଶିକାର କରିବାକୁ ଚେଷ୍ଟା କରିବ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଶିମିଳିପାଳ ଅଭୟାରଣ୍ୟ କୁ ସ୍ୱତନ୍ତ୍ର ଭାବେ ନଜର ଦେବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ନେଇଛନ୍ତି ।ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟରେ ଏବଂ ସନ୍ନିକଟ ଗ୍ରାମରେ ବ୍ୟାପକ ଚଢାଉ କରାଯିବ ଏବଂ ଶିକାରୀ ମୁକ୍ତ ଶିମିଳିପାଳ ଅଭୟାରଣ୍ୟ କରାଯିବ ଏହି ପରି କହିଛନ୍ତି ପୂର୍ବାଂଚଳ ଆଇଜି ହିମାଂଶୁ ଲାଲ। ଆଜି ବାରିପଦା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି କି ଗତ ଦୁଇ ଦିନ ଧରି ଶିମିଳିପାଳ ଅଭୟାରଣ୍ୟ କୁ ଲାଗିକରି ଥିବା ଯଦୁନାଥପୁର,ଚନ୍ଦନଚତୁରୀ,ଚମ୍ପାଗଡ ,ହାତିକୋଟ ଇଲାକାରେ ବ୍ୟାପକ ଚଢାଉ କରାଯାଇଛି। ବଡ଼ସାହି ଥାନା ପୋଲିସ ଏବଂ ବନ କର୍ମଚାରୀ ଉଭୟଙ୍କ ଚଢ଼ାଉ ସମୟରେ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୩ଟି ଦେଶି ବନ୍ଧୁକ ଜବତ କରାଯାଇଛି ଗିରଫ ବ୍ୟକ୍ତିମାନେ ହେଲେ ମହେନ୍ଦ୍ର ସିଂ, ଶ୍ୟାମସୁନ୍ଦର ସିଂ,ମଦନ ସିଂ । ଏମାନେ ଜଗଂଲ ରେ ଶିକାରୀ କାର୍ଯ୍ୟ ରେ ସଂପୃକ୍ତି ଥିବା ପୋଲିସ କହିଛି। ସେହିପରି ଖୁଣ୍ଟା ଥାନା ପୋଲିସ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ବହଳଦା ଗାଁ ପାଖ ଜଗଂଲ ରେ ଚଢାଉ କରି ୫ ଟି ଦେଶି ବନ୍ଧୁକ ଜବତ କରିଛି। ଶିମିଳିପାଳ ଅଭୟାରଣ୍ୟ ରେ ତିନି ପ୍ଲାଟୁନ ପୋଲିସ ବନ କର୍ମଚାରୀଙ୍କ ସହ ଡିୟୁଟି କରୁଥିବା ବେଳେ ଆଗକୁ ଆହୁରି ଚଢ଼ାଉ କରାଯିବ ବୋଲି ଆଇଜି ହିମାଂଶୁ ଲାଲ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ