ଗୋରୁମହିଷାଣୀ ଅଂଚଳର ଯୁବକ ନିଖୋଜ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସାନମୌଦା ଗ୍ରାମର କ୍ରୀଷ୍ଣା ସୋରେନ(୪୫) ପିତା ସ୍ବର୍ଗତ ସାଓ୍ବାନା ସୋରେନ ଗତ ୧୪/୭/୨୦୨୩ ଶୁକ୍ରବାର ଅପରାହ୍ନ ୧ ଘଟିକା ରେ ଘର ଛାଡ଼ି କୁଆଡେ ଚାଲି ଯାଇଛନ୍ତି ।ଘର ଲୋକେ ଖୋଜି ଖୋଜି ନୟାନ୍ତ ।ସେ ଆକାଶିଆ ରଙ୍ଗର ସାର୍ଟ ସହ ନାଲି ଯୋତା ପିନ୍ଧିଥିଲେ ।ହିରୋ ଗ୍ଲାମର ବାଇକ ଓଡ଼ି ୧୧ ଏମ ୮୦୮୦ ବାଇକରେ ଘରୁ ବାହାରକୁ ଯାଇଥିଲେ ।୧୫ ତାରିଖ ଶନିବାର ଦିନ ସୁଲାଇଫାଣ୍ଡି ନିକଟସ୍ଥ ଖଣ୍ଡା ଡେରା ଦୁସୁରାପାହାଡରେ ଗାଁର ମହିଳା ମାନେ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇ ବାଇକଟିକୁ ଦେଖି ପୋଲିସକୁ ଜଣାଇଥିଲେ ।ପୋଲିସ ବାଇକଟିକୁ ଉଦ୍ଧାର କରିଛି । ଶନିବାର ସଂନ୍ଧ୍ୟାରେ ବଣକାଟି, କିତାବେଡା, ଓ ଏକଡାଳି ରାସ୍ତାରେ ସଂଧ୍ୟା ୭ ଟାରୁ ୯ ଟା ମଧ୍ୟରେ ରାସ୍ତାରେ ଚାଲୁଥିବା ଗାଁ ଲୋକେ ଦେଖିଥିଲେ ।ତା’ ପରଠାରୁ ତାଙ୍କର ସନ୍ଧାନ ମିଳୁ ନାହିଁ ।ଯେ କୌଣସି ସହୂଦୟ ବ୍ୟକ୍ତି କ୍ରୀଷ୍ଣା ସୋରେନ ଙ୍କ ସନ୍ଧାନ ପାଆନ୍ତି ତାହାହେଲେ ନିକଟସ୍ଥ ଥାନା ଏବଂ ନିମ୍ନୋକ୍ତ ମୋବାଇଲ ନମ୍ବର ୯୪୩୭୨୦୧୮୪୪, ୮୦୧୮୪୨୦୭୮୨,୮୯୧୭୩୦୮୬୬୪, ରେ ଯୋଗାଯୋଗ କରିବାକୁ ପରିବାର ତରଫରୁ ବିନମ୍ର ନିବେଦନ କରାଯାଇଛି ।


