ରାଇରଙ୍ଗପୁର ଠାରେ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ଙ୍କ ସଭାପତିତ୍ବ ରେ ଆଗାମୀ ୭୭ତମ ସ୍ୱାଧୀନତା ଦିବସ -୨୦୨୩ ପାଳନ ନିମନ୍ତେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି. ପ୍ରାରମ୍ଭ ରେ ଉପଜିଲ୍ଲାପାଳ ସଭା ରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି ବୈଠକ ର ଆଭିମୁଖ୍ୟ ସମ୍ଭନ୍ଧ ରେ ପ୍ରତିପାଦନ କରିଥିଲେ.ଏହା ପରେ ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି କୋଭିଡ କଟକଣା ପୂର୍ବରୁ ୨୦୧୯ ମସିହା ରେ ପାଳିତ ହୋଇଥିବା ସ୍ୱାଧୀନତା ଦିବସର ବିସ୍ତୃତ କାର୍ଯ୍ୟସୂଚୀ କୁ ସମସ୍ତଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରିଥିଲେ. ସେହି ଆଧାର ରେ ଚଳିତ ବର୍ଷ ଏହି ଜାତୀୟ ଦିବସ କୁ ଉପଖଣ୍ଡ ସ୍ତରରେ ସୁନ୍ଦର ତଥା ଆକର୍ଷଣୀୟ ଭାବେ ବ୍ୟବସ୍ଥିତ ଢଙ୍ଗ ରେ ପାଳନ କରିବା ପାଇଁ ପ୍ରତ୍ୟେକଟି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା. ତଦନୁସାରେ ଏହି ଜାତୀୟ ଦିବସ ପାଳନ ଅବସରରେ ଆବଶ୍ୟକୀୟ କାର୍ଯ୍ୟ, ଯଥା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ତଥା ଏଥି ପାଇଁ ଉପଯୁକ୍ତ ବିଚାରକ ମଣ୍ଡଳୀ ପ୍ରସ୍ତୁତି, ପ୍ୟାରେଡ ପଡିଆ ସୁସଜ୍ଜିକରଣ, ଅଭିବାଦନ ମଞ୍ଚ ପ୍ରସ୍ତୁତି, ସହରାଞ୍ଚଳ କୁ ପରିଷ୍କାର ପରିଚ୍ଛନ୍ନ, ପ୍ୟାରେଡ ପଡିଆ ନିକଟରେ ଜଳ ଯୋଗାଣ, ଆକସ୍ମିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଅଗ୍ନିଶମ ବିଭାଗ ତରଫରୁ ଆବଶ୍ୟକ ବ୍ୟବସ୍ଥା , ପ୍ୟାରେଡ ପରିଚାଳନା, ଅପାତକାଳୀନ ସ୍ୱାସ୍ଥ୍ୟ ସେବା,ଜାତୀୟ ସଂଗୀତ ପରିବେଷଣ, ରାମ ଧୁନ ପରିବେଷଣ, ଅତିଥି ମାନଙ୍କୁ ନିମନ୍ତ୍ରଣ ଓ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ ଇତ୍ୟାଦି କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ତଥା ବ୍ୟକ୍ତି ବିଶେଷ ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି . ୨୦୨୩ ସ୍ୱାଧୀନତା ଦିବସ ପ୍ୟାରେଡ ରେ ପ୍ରଥମ ଥର ପାଇଁ ସ୍କାଉଟ ଏବଂ ଗାଇଡ଼ ଦଳକୁ ପୃଥକ ପୃଥକ ଭାବେ ଅଂଶ ଗ୍ରହଣ କରାଇବା ପାଇଁ ନିଷ୍ପତି ନିଆଯିବା ସହ ପ୍ୟାରେଡ ଦଳ ରେ ଷଷ୍ଠ ଶ୍ରେଣୀ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ଅଂଶ ଗ୍ରହଣ କରାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା. ସେଇଭଳି ଗୋଟିଏ ଅନୁଷ୍ଠାନ ରୁ କେବଳ ମାତ୍ର ଗୋଟିଏ ସିଭିଲିଆନ ଟ୍ରୁପ ଅlନୁଷ୍ଠାନିକ ପ୍ୟାରେଡ ରେ ଅଂଶ ଗ୍ରହଣ ନେବା ନେଇ ନିଷ୍ପତି ନିଆଯିବା ସହିତ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ, ସିବିଏସଇ ଓ ଆଇ ସି ଏସ ଇ ଦ୍ୱାରା ପରିଚାଳିତ ଚଳିତ -୨୦୨୩ ବର୍ଷ ମ୍ୟାଟ୍ରିଳ ପରୀକ୍ଷା ରେ ବାମନଘାଟି ଉପଖଣ୍ଡ ଅଧିନସ୍ଥ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯିବା ନେଇ ନିଷ୍ପତି ଗ୍ରହଣ କରାଗଲା.ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ଦାଶ ଏହି ଜାତୀୟ ଦିବସ କୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ. ଅନୁଷ୍ଠିତ ଉକ୍ତ ବୈଠକ ରେ ରାଇରଙ୍ଗପୁର ପୌରପାଳିକା ର ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ ରାଇରଙ୍ଗପୁର ଓ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଉପଖଣ୍ଡ ସ୍ତରୀୟ ବିଭିନ୍ନ ପଦାଧିକାରୀ, ଶିକ୍ଷlନୁଷ୍ଠାନର ମୁଖ୍ୟ ତଥା ଶିକ୍ଷକ ଶିକ୍ଷୟତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଠ ନାଗରିକ,ଆଇନଜୀବୀ,ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଗଣମାଧ୍ୟମ ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ . ପରିଶେଷରେ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ. ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ର ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀ ହରିଶ ଚନ୍ଦ୍ର ମହାପାତ୍ର ଓ ସଂଗ୍ରାମ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ