ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟ ଅଧିନରେ ୪ ଜଣ ସହକାରୀ ପ୍ରାଣୀ ଚିକିତ୍ସକ ନିଯୁକ୍ତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ମାସେ ରୁ ଉର୍ଦ୍ଧ୍ବ ବିଭିନ୍ନ ବ୍ଳକ ତଥା ବହଳଦା, କୁସୁମି ,ଜାମଦା ବିଜାତଳା ବ୍ଳକରେ ସହକାରୀ ପ୍ରାଣୀ ଚିକିତ୍ସାକ ପଦବୀ ଖାଲି ପଡିଥିଲା । ରାଜ୍ୟ ସରକାର ନିକଟରେ ବହୁ ପ୍ରାଣୀ ଚିକିତ୍ସକ ନିଯୁକ୍ତି ଦେବା ଫଳରେ ଏହି ୪ ଟି ବ୍ଳକ କୁସୁମି ବ୍ଳକର ବାଦାମପାହାଡ଼ରେ ଡଃ ଜନ୍ମେଜୟ ପଣ୍ଡା,ବହଳଦା ବ୍ଳକରେ ଡଃ ପ୍ରଭାସିନୀ ନାୟକ,,ଜାମଦା ବ୍ଳକରେ ଡଃ ପୂଣ୍ଯପ୍ରଭା ଜେନା ଏବଂ ବିଜାତଳା ବ୍ଳକରେ ଡଃ ପ୍ରଭାରଂଜନ ଜେନା ପ୍ରମୁଖ ଯୋଗ ଦାନ କରିଛନ୍ତି ।ସେମାନେ ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ରାମ ମୋହନ ରାୟଙ୍କୁ ସାକ୍ଷାତ କରିଛନ୍ତି । ଡ଼ଃ ରାମ ମୋହନ ରାୟ ସେମାନଙ୍କୁ ନିଷ୍ଠାର ସହ ଦାୟିତ୍ଵ ତୁଲାଇବା ସହ ଲୋକଙ୍କ ସମସ୍ୟାକୁ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ ।ତଦସହ ଵାମନଘାଟୀ ଉପଖଣ୍ଡରେ ପଶୁଧନର ବିକାଶ ପାଇଁ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ ।ପଶୁଧନ ବିକାଶ ହେଲେ ଲୋକଙ୍କର ଆର୍ଥିକ ବିକାଶ ହେବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ