ନର୍ସ ଙ୍କ ଦାଦାଗିରି ଅଭିଯୋଗ
କୁଚିଣ୍ଡା,(ଯୁଗାବ୍ଦ ନ୍ୟୁଜ୍): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଡାକ୍ତରଖାନାରେ ଏକ ଜଣେ ସଂପର୍କୀୟ ରୋଗୀଙ୍କ ଠିକଣା ପଚାରିବାରୁ ଜଣେ ନର୍ସ ଦୁୂର୍ବ୍ୟବହାର କରିଥିବା ଅଭଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଜଣେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଥ୍ବା ବେଳେ ରୋଗୀଙ୍କୁ ରକ୍ତ ଆବଶ୍ୟକ ସ୍ଥଳେ ପରିବାର ଲୋକେ ପଡୋଶୀ ଘରକୁ ଖବର ଦେଇଥିବାରୁ ପଡୋଶୀ ଜଣକ ରକ୍ତ ଦେବା ନିମନ୍ତେ ନର୍ସଙ୍କୁ ରେଜଷ୍ଟ୍ରି ଖାତା ଦେଖି କେଉଁ ବେଡରେ ଅଛନ୍ତି ସୂଚନା ଦେବାକୁ କହିବା ବେଳେ ନର୍ସ ଜଣଙ୍କ ରୋଗୀ ସଂପର୍କୀୟଙ୍କୁ ଦୁର୍ବବ୍ୟବହାର କରିଥିବା ଅଭିଯୋଗ ହୋଇଛି । ନର୍ସ ଙ୍କ ଦାଦାଗିରି ଅଭିଯୋଗ ହୋଂଇଛି । ଏନେଇ ଏସ ଡି ଏମ ଓ କ୍ଷେତ୍ର ମୋହନ କାଣ୍ଡ ଙ୍କୁ ଫୋନ ଯୋଗେ ଯୋଗାଯୋଗା କରାଯାଇଥିବା ବେଳେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏଥିସହ ବିଭିନ୍ନ ରୋଗୀ ନର୍ସ ଜଣଙ୍କ ବ୍ୟବହାର ଠିକ୍ ନଥିବା ରୋଗୀ ମାନେ ପ୍ରକାଶ କରିଛନ୍ତି ।


