କେନ୍ଦ୍ରୀୟ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ଅବହେଳା ଦାବୀରେ ଧାରଣା
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ସଦର ମହକୁମା ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହାଠାରେ ୨୦୧୦ କେନ୍ଦ୍ରୀୟ ବିଦ୍ୟାଳୟ ଚାଲିବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଥିଲେ । ଏହା ଅସ୍ଥାୟୀ ଭାବରେ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟରେ ଅଦ୍ୟାବଧି ଚାଲୁଅଛି । ରାଜ୍ୟ ସରକାର ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମହୁଲଡିହାରେ ପତିତ ଜମିରେ ୨୦୧୫ ମସିହାରେ ୮ ଏକର ଜମି ଅ ୧ ଟଙ୍କା ପ୍ରିମିୟମ ରେ ପ୍ରଦାନ କରିଛନ୍ତି । ଇତିମଧ୍ୟରେପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ ଘର,ଖେଳ ପଡିଆ ଷ୍ଟାଫ୍ କ୍ୱାର୍ଟର ନିର୍ମାଣ , ବିଦ୍ୟୁତ ସଂଯୋଗ କରାସରିଲାଣି । ସବୁ ସତ୍ତ୍ୱେ ନୂତନ ବିଦ୍ୟାଳୟକୁ ରାଜ୍ୟ ସରକାରଙ୍କ ନଗର ଓ ଗୃହ ଉନ୍ନୟନ ବିଭାଗ ଓ ଅଗ୍ନିଶମ ବିଭାଗର କଟକଣା ଯୋଗୁଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ହସ୍ତାନ୍ତର କରାଯାଇପାରୁ ନାହିଁ ।ନଗର ଉନ୍ନୟନ ବିଭାଗ କହୁଛି ଏହା ପତିତ ଜମିରେ ଘର ଏହାର କିସମକୁ ଘରବାଡ଼ି ଜମିକୁ ପରିବର୍ତ୍ତନ କରାଯାଉ । ଅଗ୍ନିଶମ ବିଭାଗ କହୁଛି ଘରବାଡ଼ି କିସମ ନହେଲେ ଏବଂ ବିଦ୍ୟାଳୟ ଟାଉନ ପ୍ଲାନିଂ ଅନୁମୋଦନ ନକଲେ ସରକାରଙ୍କ ନିୟମ ଅନୁସାରେ ନୋ ଅବଜେକସନ ସାର୍ଟିଫିକେଟ ପ୍ରଦାନ କରିପାରିବେ ନାହିଁ ।ଟାଉନ ପ୍ଲାନିଂବାଲା କହୁଛନ୍ତି ପତିତ ଜମିକୁ ଘରବାଡ଼ି କିସମ କର । ତହସିଲ କହୁଛି ଘରବାଡ଼ି କିସମ କଲେ ୮ ଏକରୁ ୨୪ ଲକ୍ଷ ଟଙ୍କା କେନ୍ଦ୍ରୀୟ ବିଦ୍ୟାଳୟ ଦେଉ । କେନ୍ଦ୍ରୀୟ ବିଦ୍ୟାଳୟ କହୁଛି ସରକାରଙ୍କ ଗାଇଡ ଲାଇନ ଅନୁସାରେ ରାଜ୍ୟ ସରକାର ଆମକୁଅ ୧ ଟଙ୍କା ପ୍ରିମିୟମ ରେ ଜାଗା ଦେବା କଥା ।ଜାଗା ତ ଦେଲେ ।ଟେଣ୍ଡର ହେଲା ।ଗୃହ ନିର୍ମାଣ ସରିଲା ।ପୁଣି ଟାଉନ ପ୍ଲାନିଂ କ’ଣ ଗୋଟାଏ କେଁ ପୁରାଉଛି । ଏହାକୁ ନେଇ ଅଭିଭାବକ ସଂଘ ବାରମ୍ବାର ଜନପ୍ରତିନିଧି, ପ୍ରଶାସନକୁ ଲିଖିତ ଦାବି ପତ୍ର ପ୍ରଦାନ କଲେ ମଧ୍ୟ କିଛି ଫଳ ମିଳୁନାହିଁ ।ଏହାକୁ ନେଇ ଗୁରୁବାର ଦିନ ଅଭିଭାବକ ସଂଘ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଫାଟକ ସମ୍ମୁଖରେ କିଛି ସମୟ ଧାରଣାରେ ବସିଥିଲେ। ।ପରେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବି ପତ୍ର ପ୍ରଦାନ କରି ତୁରନ୍ତ ହସ୍ତକ୍ଷେପ କରି ନୂତନ କେନ୍ଦ୍ରୀୟ ବିଦ୍ୟାଳୟକୁ ୨୦୨୦ ରେ ଚାଲୁ କରିବା ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ଶୁକ୍ରବାର ଦିନ ଅଭିଭାବକ ସଂଘ ବାରିପଦାରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହା ଉପରେ ଆଲୋଚନା କରିବା ପାଇଁ ସିଦ୍ଧାନ୍ତ ନିଆଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟ ଯେଉଁ ଠାରେ ଖୋଲିବ ତାହା ଷଷ୍ଠରୁ ଯୁକ୍ତ ୨ ପର୍ୟ୍ୟନ୍ତ ଖୋଲିବ । ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବରେ ଚାଲୁଥିବା କେନ୍ଦ୍ରୀୟ ବିଦ୍ୟାଳୟ କେବଳ ୧୦ ମ ଷ୍ଟାଣ୍ଡାର୍ଡ ପର୍ୟ୍ୟନ୍ତ ଚାଲୁଛି ।୧୦୦ କିମି ଦୂରରେ ସିବିଏସଇ ସ୍କୁଲ ଅଛି । ତେଣୁ ପିଲାମାନେ ଉଚ୍ଚ ଶିକ୍ଷାରୁ ବଂଚିତ ହେଉଛନ୍ତି । ଆସନ୍ତା ମାର୍ଚ୍ଚରେ ୧୦ ମ ପରୀକ୍ଷା ଶେଷ ହେବା । ପିଲାମାନେ କେଉଁଠି ଯୁକ୍ତ ଦୁଇ ବିଜ୍ଞାନ ପଢ଼ିବେ । ଅଭିଭାବକ ଓ ଛାତ୍ର ମୁଣ୍ଡରେ ଚଡ଼କ ।କିନ୍ତୁ ରାଜ୍ୟ ପ୍ରଶାସନିକ ଅବହେଳା ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଦାୟିତ୍ଵ ହୀନତା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବାମନଘାଟୀ ଅଂଚଳର ଛାତ୍ର ଛାତ୍ରୀ ମାନେ ଉଚ୍ଚ ଓ ଉନ୍ନତ ଶିକ୍ଷା ଲାଭରୁ ବଂଚିତ ହେଉଛନ୍ତି ।ଦିର୍ଘ ୯ବର୍ଷ ହେଲା ଅଭିଭାବକ ଓ ପିଲାମାନେ ହଇରାଣ ହରକତ ହେଉଛନ୍ତି । ତେଣୁ ସରକାର ତୁରନ୍ତ ନୂଆ କେନ୍ଦ୍ରୀୟ ବିଦ୍ୟାଳୟକୁ ଚାଲୁ କରିବା ପାଇଁ ଆବଶ୍ୟକୀୟର ପଦକ୍ଷେପ ନେବା ପାଇଁ ଦାବି ହେଉଛି । ଅଭିଭାବକ ଓ ଛାତ୍ର ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ବୃଦ୍ଧି ପାଉଛି । ସରକାରଙ୍କ ଶିକ୍ଷା ଯୋଜନାରେ କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଛାତ୍ର ଛାତ୍ରୀଙ୍କ କାମରେ ଲାଗୁନାହିଁ ।


