ସରକାରୀ ଚାକିରୀ ଆଳରେ ଠକୁଥିବା ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗ ର ପର୍ଦ୍ଦାଫାଶ
ବାଲେଶ୍ଵର, (ସରୋଜ ପଣ୍ଡା):ସରକାରୀ ଚାକିରୀ ଆଳରେ ଛାତ୍ରଛାତ୍ରୀ ଙ୍କୁ। ଠକୁଥିବା ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ ଘଟଣାର ନୂତନ ତଥ୍ୟ ବାଲେଶ୍ଵର ପୋଲିସ ହାତରେ ଲାଗିଛି।ଖୁବଶିଘ୍ର ଏହି ଗ୍ୟାଙ୍ଗ ର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରାଯିବ।ଏହି ଗ୍ୟାଙ୍ଗ ର ସଦସ୍ୟ ମାନେ ବିଭିନ୍ନ ସରକାରୀ ଚାକିରୀ ପୂର୍ବରୁ ପ୍ରଶ୍ନ ପତ୍ର ଲିକ୍ କରୁଥିବା ସ୍ବୀକାର କରିଛନ୍ତି।ଏମିତିକି ଚଳିତ ମାସ ୧୬ ତାରିଖରେ ଓ ଏ ଏସ ସି ତତ୍ତ୍ଵାବଧାନରେ ଆୟୋଜିତ ହେଇ(ସିଭିଲ) ମେନ୍ ରିଟିନ ପରୀକ୍ଷାରେ ମଧ୍ୟ ପ୍ରଶ୍ନ ପତ୍ର ଲିକ୍ କରିଥିଲେ। ଏ ନେଇ ଓଏସଏସସି ଅବଗତ କରାଯାଇଥିବା ରବିବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ପ୍ରକାଶ କରିଥିଲେ।ଏସପି କହିଥିଲେ ଯେ, ଗତ ୧୬ ତାରିଖ ରେ ୯ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା।ମାତ୍ର ସେମାନଙ୍କୁ ପଚରା ଉଚରା ବେଳେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ। ସେମାନଙ୍କ ପ୍ରତିକ୍ରିୟାରେ ତାଳ ମେଳ ନରହିବାରୁ ଗତ ୨୧ ତାରିଖ ରେ ସେମାନଙ୍କୁ ରିମାଣ୍ଡରେ ଅଣାଯାଇଥିଲା।ରିମାଣ୍ଡ ବେଳେ ସେମାନେ ବହୁ ତଥ୍ୟ ପ୍ରକାଶ କରିଥିଲେ। ଗତ ୧୬ ତାରିଖରେ ଅନୁଷ୍ଠିତ ଜେଇ (ସିଭିଲ) ମେନ୍ ରିଟିନ ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ କରିଥିବା ସ୍ବୀକାର କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ପୂର୍ବରୁ ଓଡ଼ିଶା ସମେତ ବିହାର,ମଧ୍ୟପ୍ରଦେଶ,ଦିଲ୍ଲୀରେ ଏଭଳି କାମ କରିଛନ୍ତି।ସେମାନଙ୍କ ନାମରେ ବିହାର,ମଧ୍ୟପ୍ରଦେଶ,ଦିଲ୍ଲୀର ବିଭିନ୍ନ ଥାନାରେ ବହୁ ଅଭିଯୋଗ ଅଛି।ଏହି ଗ୍ୟାଙ୍ଗ ର କର୍ମକର୍ତ୍ତା ଏଜେଣ୍ଟ ଭାବେ କାମ କରୁଥିଲେ।ଗ୍ୟାଙ୍ଗ ର ସଦସ୍ୟ ମାନେ ପରୀକ୍ଷାରେ ପାସ କରାଇବା ପାଇଁ ପରୀକ୍ଷାର୍ଥୀଙ୍କ ଠାରୁ ୮ ରୁ ୧୦ ଲକ୍ଷ ଟଙ୍କା ନେଉଥିଲେ।ଏଥି ସହିତ ପରୀକ୍ଷାର୍ଥୀଙ୍କ ଓରିଜିନାଲ ସାର୍ଟିଫିକେଟ, ବ୍ଲାଙ୍କ ଚେକ ଆଦି ରଖୁଥିଲେ।ଖୁବ୍ ଶୀଘ୍ର ଏହି ଆନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗ ର ମୁଖ୍ୟ ଓ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ଏସପି ଶ୍ରୀମତୀ ନାଥ ସୂଚନା ଦେଇଥିଲେ।ଏଥି ସହିତ ପ୍ରଶ୍ନ ପତ୍ର ଲିକ ସମ୍ପର୍କରେ ଓ ଏସ ଏସ ସି କୁ ଜଣାଇବାରୁ ଓ ଏସ ଏସ ସି ଉକ୍ତ ପେପର କୁ ବାତିଲ କରିଥିବାର ଏସପି ସୂଚନା ଦେଇଥିଲେ।


