ଲିଟିଲ ଷ୍ଟାର ଗ୍ରୁପର ପାଠମଉଜ କାର୍ଯ୍ୟକ୍ରମ
ନିମାପଡା, (ସନ୍ତୋଷ ଦାଶ):ନିମାପଡା ର ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ ଷ୍ଟାର ଗ୍ରୁପ ପକ୍ଷରୁ ୧୯ ତମ ପାଠ ମଉଜ ଓ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ ବାବା କପିଳେଶ୍ଵରର ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଗ୍ରୁପର ସମ୍ପାଦକ ସୁମନ୍ତ ମହାରଣା ଙ୍କ ସଂଯୋଜନା ରେ ସୋଆ ର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର, ଭି ଗାର୍ଡ ର ପରିଚାଳନା ନିର୍ଦ୍ଦେଶକ ସୁମନ୍ତ ପ୍ରଧାନ, ଅଧ୍ୟାପକ ଡ଼.ପ୍ରଣବ ସ୍ୱାଇଁ, ରବୀନ୍ଦ୍ର ନାଥ ପାଢୀ, ଶିକ୍ଷକ ନିର୍ମଳ ମିଶ୍ର, ବାନରସେନା ର ସମ୍ପାଦକ ପ୍ରକାଶ ଖଟୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିଲାମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ଚଳିତବର୍ଷ ର ଦଶମ, ଯୁକ୍ତ ଦୁଇ ଓ ଯୁକ୍ତ ତିନି ର କୃତୀ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ଏଥିରେ ବହୁ ଛାତ୍ର ଛାତ୍ରୀ ସମେତ ଅଭିଭାବକ ମାନେ ଯୋଗଦେଇଥିବା ବେଳେ ଗ୍ରୁପ ପକ୍ଷରୁ ଅଜୟ ମିଶ୍ର, ଅମୀୟ ମିଶ୍ର, ବିକାଶ ବାରିକ, ନିରଂଜନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


