କଙ୍କଡାବେଡା ଗାଁ ମୁଣ୍ଡରେ ରାସ୍ତା ମରଣଯନ୍ତା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଚଢ଼େଇ ପାହାଡି ପଞ୍ଚାୟତର କଙ୍କଡାବେଡା ଗାଁ l ମାତ୍ର ଆଦିବାସୀ ବହୁଳ ଏହି ଗାଁଟି ଏବେ ମଧ୍ୟ ବିକାଶଠାରୁ ଅନେକ ଦୂରରେ ରହିଅଛି l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି କଙ୍କଡାବେଡା ଗ୍ରାମର ଗାଆଁ ମୁଣ୍ଡ ବର୍ଷା ଯୋଗୁଁ ରାସ୍ତାଟି କାଦୁଆ ପଚ ପଚ ହୋଇଯାଇଛି l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି l ତୁରନ୍ତ ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ