ସମର୍ପିତ ସେବା ପାଇଁ ବ୍ରଜବନ୍ଧୁ ହେଲେ ସମ୍ମାନିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ୨୪ ତମ କାର୍ଗିଲ ବିଜୟ ଦିବସ ଶହୀଦ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇଛି. ସଭାପତି ଶିବ ନାରାୟଣ ମିଶ୍ର, ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ସମ୍ପାଦିକା ସମିତା ମହାରଣା ଉପସ୍ଥିତ ରହିବା ସହିତ ଶହୀଦ ଓ ଅମର ଯବାନ ଙ୍କ ଆତ୍ମବଳିଦାନ, ଦେଶପ୍ରେମ ର ପଟାନ୍ତର ନାହିଁ ବୋଲି ମତ ବ୍ୟକ୍ତ କରିବା ସହିତ, ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଶହୀଦ ଓ ମହାପୁରୁଷ ଙ୍କ ପାଇଁ ସମର୍ପିତ ଭାବେ କାର୍ଯ୍ୟ କରି ଆସୁଥିବା ବରିଷ୍ଠ ପୂଜ୍ୟ ପୂଜା ପ୍ରାଣ, ଶହୀଦ ରଘୁ-ଦିବାକର ସ୍ମୃତି ସଂସଦ ର ସାଧାରଣ ସମ୍ପାଦକ ବ୍ରଜବନ୍ଧୁ ପରିଡା ଙ୍କୁ କାର୍ଗିଲ ବିଜୟ ଦିବସ ଅବସରରେ ସମ୍ମାନିତ କରାଯାଇଥିଲା. ଆଜିର ଯୁବପିଢ଼ି ମହାପୁରୁଷ ଙ୍କ ମାର୍ଗ ଅନୁସରଣ କରିବାକୁ ଆହ୍ୱାନ ଦିଆଯାଇଥିଲା.


