ପୁନର୍ବାସ ପକ୍ଷରୁ ଭିନ୍ନକ୍ଷମ ଶିଶୁଙ୍କ ଦନ୍ତ ସ୍ୱାସ୍ଥ୍ୟ ଶିବିର
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମସ୍ତିସ୍କ ପକ୍ଷାଘାତ ଓ ଅଟିଜିମ୍ ପିଡିତ ଶିଶୁଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଦନ୍ତ ସ୍ୱାସ୍ଥ୍ୟ ଶିବିର ମାଧପୁର ସ୍ଥିତ ଥେରାପି କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମଙ୍କ ଅଧିକାର ଓ ସାମାଜିକ ପୁନଃ ପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପୁର୍ନବାସ’ ପକ୍ଷରୁ ଆୟୋଜିତ ଏହି ଶିିବିରକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ଜିଲ୍ଲା ଚିକିତ୍ସାଳୟର ଦନ୍ତ ଚିକିତ୍ସକ ଡଃ. ସୌମ୍ୟରଞ୍ଜନ ଦାଶ ଯୋଗଦେଇ ଭିନ୍ନକ୍ଷମ ଶିଶୁଙ୍କ ଦନ୍ତ ପରୀକ୍ଷା କରାଇବା ସହିତ ଅଭିଭାବକ ମାନଙ୍କୁ ଏହି ସ୍ୱତନ୍ତ୍ର ଶିଶୁଙ୍କ ଦନ୍ତର ପ୍ରଯତ୍ନ ବିଷୟରେ ଅବଗତ କରାଇଥିଲେ । ସଂଯୋଜକ ସଞ୍ଜୀବ କୁମାର ଜେନା, ରଞ୍ଜନ କୁମାର ସ୍ୱାଇଁ, ଥେରାପିଷ୍ଟ


