ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୁତନ କର୍ମକର୍ତ୍ତା ଚୟନ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୁତନ କର୍ମକତ୍ତା ଚୟନ ହୋଇଯାଇଛି । ହଦଗଡ ଠାରେ ଆୟୋଜିତ ସଂଘର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକରେ ବ୍ଲକର କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ତଥା ସଂଘର ପୁର୍ବତନ ଉପସଭାପତି ଲକ୍ଷ୍ମୀଧର ସେଠୀଙ୍କ ସଭାପତିତ୍ୱରେ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ବନ ବିହାରୀ ବେହେରା ପ୍ରତ୍ୟେକ୍ଷତ୍ତତତ୍ୱାବଧାନରେ ଏବଂ ସଂଘର ପୁର୍ବତନ ସମ୍ପାଦକ ଅନନ୍ତ ଗୋପାଳ ବେହେରାଙ୍କ ସହଯୋଗରେ ଉପସ୍ଥିତ ପ୍ରାଥମିକ ଶିକ୍ଷକ ସଂଘ ସଦସ୍ୟ ସଦସ୍ୟାଙ୍କ ସହମତି କ୍ରମେ ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୁତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଭାବେ ଶିକ୍ଷକ ଶ୍ରୀକାନ୍ତ ବିଶ୍ୱାଳ, ଉପସଭାପତି ଭାବେ ନିତ୍ୟାନନ୍ଦ ବାରିକ, ବାସନ୍ତୀଲତା ସେଠୀ, ସମ୍ପାଦକ ଭାବେ ପ୍ରଦୀପ କୁମାର ନାୟକ, ସହ ସମ୍ପାଦକ ଭାବେ ବଳରାମ ଦାଶ, କାର୍ତ୍ତିକେଶ୍ୱର ଦଳାଇ, ସୁରେନ୍ଦ୍ର କୁମାର ଜେନାବ୍ଲକ ସଂଯୋଜକ ଭାବେ ରାମଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଭାବେ ପ୍ରଶାନ୍ତ କୁମାର ତ୍ରିପାଠୀ ପ୍ରମୁଖଙ୍କୁ ମନୋନୀତ ହୋଇଥିଲେ । ସଂଘର ଉପଦେ୍ଦଷ୍ଟା ଭାବେ ଅବସରପ୍ରାପ୍ତ ଶିକ୍ଷକ ଅନନ୍ତ ଗୋପାଳ ବେହେରା, ଲକ୍ଷ୍ମୀଧର ସେଠୀଙ୍କୁ ମନୋନୀତ କରାଯାିଥିଳା । ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ନବ ନିଯୁକ୍ତ କର୍ମକର୍ତ୍ତାମାନଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ବନ ବିହାରୀ ବେହେରା ଅଭିନନ୍ଦନ ଜଣାଇବା ସହିତ ସପଥପାଠ କରାଇ ଦାୟିତ୍ୱ ହସ୍ତାନ୍ତର କରାଇଥିଲେ ।