ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ

ପ୍ରଦୀପ ସେନାପତି
୧୯୭୮ ମସିହାରେ ଜନତା ସରକାର ସମୟରେ ମହାମହିମ ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ସାମରିକ ପରମ୍ପରା ମହୋତ୍ସବ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା । ଐତିହାସିକ ପାଇକ ବିଦ୍ରୋହର ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଦୁଇଶହ ବର୍ଷ ପୂର୍ତ୍ତି ଜାତୀୟସ୍ତରରେ ମଧ୍ୟ ପାଳନ କରିବାକୁ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଓ ଏଥିପାଇଁ କେନ୍ଦ୍ର ବଜେଟରେ ଆର୍ଥିକ ବ୍ୟବସ୍ଥା କରିଥିବା ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରୟାସରେ ଆମ ଓଡ଼ିଆ ଜାତି ପାଇଁ ଗର୍ବର ବିଷୟ । ଜୁଲାଇ ମାସ ୨୦ ତାରିଖରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ସମାରୋହକୁ ଏକ ଭାବଗମ୍ଭୀର ପରିବେଶ ଭିତରେ ଉଦ୍‌ଘାଟନ କରି ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ କହିଲା ବେଳେ ଭରପୁର ବିଜ୍ଞାନ ଭବନ କରତାଳି ଧ୍ୱନିରେ କମ୍ପି ଉଠିଥିଲା । ଖୋର୍ଦ୍ଧାର ବରୁଣେଇ ଦୁର୍ଗଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଘୋଡ଼ାସବାର ପାଇକ ଓ ଅଶ୍ୱଖମ୍ବରେ ସଜ୍ଜିତ ପାଇକମାନଙ୍କର ବିରାଟ ଓ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ଓଡ଼ିଆ ଜାତିର ଯୁଦ୍ଧ ଅଭିଯାନ ଭଳି ଜଣା ଯାଉଥିଲା । ତିନିଦିନ ଧରି ପ୍ୟାରେଡ଼ ଗ୍ରାଉଣ୍ଡରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ପାଇକ ଆଖଡ଼ା ଦଳଙ୍କର ଖଣ୍ଡା, ତଲୱାର ଚାଳନାର ପ୍ରତିଯୋଗିତା ଓ ସୂଚନା ଭବନରେ ଗବେଷକ ଓ ଐତିହାସିକ ମାନଙ୍କର ଓଡ଼ିଶାର ସାମରିକ ଇତିହାସ ଉପରେ ନିବନ୍ଧ ପାଠ ଓ ଆଲୋଚନା ଥିଲା ଉଲ୍ଲେଖଯୋଗ୍ୟ । ଓଡ଼ିଆଙ୍କ ଭିତରେ ଜାତିପ୍ରେମ ବହ୍ନି ପ୍ରଜ୍ଜ୍ୱଳିତ କରିବା ପାଇଁ ଏହା ଥିଲା ବିଶ୍ୱଭୂଷଣଙ୍କ ପ୍ରୟାସ । ଏଥିରେ ଓଡ଼ିଶାର ଯେଉଁ ଚାରିଜଣ ବରପୁତ୍ର ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସବୁଠାରୁ ବେଶି ପ୍ରୋତ୍ସାହିତ କରିଥିଲେ ଓ ସବୁ ପ୍ରକାର ପରାମର୍ଶ ଦେଉଥିଲେ, ସେମାନେ ହେଲେ ଡକ୍ଟରର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ଡକ୍ଟର ରାଧାନାଥ ରଥ ଓ ରବି ରାୟ । ଜାତୀୟସ୍ତରରେ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦର “ସାମରିକ ପରମ୍ପରା ମହୋତ୍ସବ” ପାଳନ ଅବସରରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଶ୍ରୀ ହରିଚନ୍ଦନଙ୍କ ଦୃଢ ଦାବି ବାସ୍ତବରେ ଗ୍ରହଣୀୟ ହୋଇଥିଲା ।୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଦଖଲ କଲେ । ଇଂରେଜମାନେ ତାଙ୍କର ପ୍ରତିଶ୍ରୁତି ମୁତାବକ ପୁରୀର ୪ଟି ପ୍ରଗଣାକୁ ଫେରାଇ ନ ହେବାରୁ ରାଜାଙ୍କ ମହାମନ୍ତ୍ରୀ ଜୟୀ ରାଜଗୁରୁ ରାଜକର୍ମଚାରୀ ମାନଙ୍କୁ ପଠାଇ ସେଠାରୁ ରାଜସ୍ୱ ଆଦାୟ କରିବା ଫଳରେ ଇଂରେଜମାନଙ୍କ ସହିତ ତାଙ୍କର ଯୁଦ୍ଧ ହେଲା । ଯୁଦ୍ଧରେ ପରାଜିତ ହେବାରୁ ରାଜା ଓ ଜୟୀ ରାଜଗୁରୁଙ୍କୁ ଇଂରେଜମାନେ ବନ୍ଦୀ କରି ମେଦିନାପୁର ଜେଲ୍‌ରେ ରଖିଲେ । ୧୮୦୬ ମସିହାରେ ଅତି ନିର୍ମମ ଓ ଅମାନୁଷିକ ଭାବରେ ରାଜଗୁରୁଙ୍କୁ ଫାଶି ଦିଆଗଲା । ଦେଶର ପ୍ରଥମ ସହିଦ ହୋଇଗଲେ ବିପ୍ଲବୀ ଜୟୀ ରାଜଗୁରୁ । ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଇତିହାସ ସମ୍ପର୍କରେ ବିଶ୍ୱଭୂଷଣ ହରିଚନ୍ଦନ କେନ୍ଦ୍ର ସରକାରଙ୍କୁ ଦେଇଥିବା କେତେକ ଉଲ୍ଲେଖନୀୟ ଅବଦାନ ଆଜି ଆମକୁ ଏହି ପରିଚୟ ପ୍ରଦାନ କରିଛି । ଓଡ଼ିଶାର ପଦାତିକ ସେନା ପାଇକମାନଙ୍କର ନିଷ୍କର ଜାଗିରୀ ଜମି ଉପରେ ଇଂରେଜ ସରକାର କର ବସାଇଲେ । ବହୁ ଦଳେଇ, ଦଳବେହେରାଙ୍କ ଜାଗିରୀ ଜମି ଓ ଛୋଟବଡ଼ ଅନେକ ଜମିଦାରୀ ମଧ୍ୟ ବିଭିନ୍ନ ଆଳ ଦେଖାଇ ବାଜ୍ୟାପ୍ତି ବା ନିଲାମ କରି ଦିଆଗଲା । ଏପରିକି ବକ୍ସି ଜଗବନ୍ଧୁ ମଧ୍ୟ ଏଥିରୁ ବାଦ୍ ପଡ଼ିଲେ ନାହିଁ । ରାଜାଙ୍କର ପ୍ରଧାନ ସେନାପତି ଭାବରେ ପୁରୁଷ ପୁରୁଷ ଧରି ଭୋଗ କରୁଥିବା ତାଙ୍କର ରୋଡ଼ଙ୍ଗ ଜମିଦାରିକୁ ଚଞ୍ଚକତା କରି ନିଲାମ କରିଦେଲେ । ନିଜର ସମ୍ମାନ ଓ ପଦମର୍ଯ୍ୟାଦା ଦୃଷ୍ଟିରୁ ଇଂରେଜ ସରକାର ପାଖରେ ନିଜର ଜମିଦାରୀ ପାଇଁ କରୁଣାପ୍ରାର୍ଥୀ ହେବାକୁ ବକ୍ସି ଜଗବନ୍ଧୁ ମନା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ