ସାମ୍ବାଦିକଙ୍କ ବିୟୋଗରେ ଶୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ଦୈନିକ ଖବର କାଗଜ ‘ଆଜିକାଲି’ର ଜିଲା ପ୍ରତିନିଧି ଅମର ନାୟକଙ୍କର ଆଜି ସକାଳେ ପରଲୋକ ଘଟିଛି । ତାଙ୍କ ମୃତ୍ୟୁରେ ସମଗ୍ର ଜିଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଏେଇ ବନ୍ତ ପ୍ରେସ୍ କ୍ଲବ ପକ୍ଷରୁ ସଭାପତି ପତଞ୍ଜଳୀ କରଶର୍ମାଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସଭାପତି ହରିନାରାୟଣ ମହାନ୍ତି, ସଂପାଦକ ସନାତନ ରାଉତଙ୍କ ସମେତ ଅନ୍ୟ ସଭା ମାନେ ଯୋଗ ଦେଇ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ସ୍ୱର୍ଗତ ନାୟକଙ୍କ ଅମରଆତ୍ମାର ସଦ୍ଗତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିଥିଲେ ।


