ଚାଷୀଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ ନିମନ୍ତେ ଜିଲ୍ଲା କିଷାନ୍ କଂଗ୍ରେସ୍ ପକ୍ଷରୁ ବିକ୍ଷୋଭ

ଛତ୍ରପୁର, (ଦେବଦତ୍ତ ମହାରଣା):ଚଳିତ ଖରିଫ୍ ଚାଷର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଗଂଜାମ ଜିଲ୍ଲା କିଷାନ୍ କଂଗ୍ରେସ୍ କମିଟି ପକ୍ଷରୁ ଗଂଜାମଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଚାଷୀମାନଙ୍କୁ ଆବଶ୍ୟକ ପରିମାଣର ଉନ୍ନତ ବିହନ ଓ ସାର ଠିକଣା ସମୟରେ ଓ ନିର୍ଧାରିତ ମୂଲ୍ୟରେ ଯୋଗାଇବା, ପ୍ରଧାନମନ୍ତ୍ରୀ ଫସଲବୀମା ଅବଧି ଚଳିତମାସ ୫ ତାରିଖ ପରିବର୍ତ୍ତେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ,ଭାଗ ଚାଷୀଙ୍କୁ ସଠିକ୍ ଭାବରେ ଚିହ୍ନଟ କରି ସେମାନଙ୍କୁ ବିଭିନ୍ନ ରିହାତି ଓ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଇବା, ପ୍ରତିବ୍ଲକରେ ପନି ପରିବା ଓ ଫଳପୁଲ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ସ୍ଥାପନ ଆଦି ୧୮ ଗୋଟି ଦାବି ସଂପର୍କରେ ଜିଲ୍ଲା କିଷାନ୍ କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲପାଳଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ଉକ୍ତ ଦାବୀ ପତ୍ର କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା କିଷାନ୍ କଂଗ୍ରେସ କମିଟିର ସଭାପତି କେ ଶ୍ୟାମସୁନ୍ଦର ଦୋରା, ସାଧାରଣ ସଂପାଦକ ପଦ୍ମଲୋଚନ ସାହୁ, ଓଡିଶା ରାଜ୍ୟ କିଷାନ୍ କଂଗ୍ରେସର ଉପସଭାପତି ବୃନ୍ଦାବନ ଖୁଣ୍ଟିଆ, ଅନୁସୂଚିତ ଜାତି ସେଲ୍‌ର ରାଜ୍ୟ ସଂଯୋଜକ ଭାଗରିଥୀ ବେହେରା, ଅନୁସୂଚିତ ଜାତି ସେଲ୍‌ର ଜିଲ୍ଲା ସଭାପତି ଭୋକାଲି ସେଠୀ, ବାବୁ ନାହାକ , ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ, ଗଣପତି ବାରିକ, ରଂଜିତ ରଥ, ପାପା ରାଓଙ୍କ ସମେତ ବହୁ କମିଟିର ସଦସ୍ୟ ଏବଂ ଚାଷୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ