ଗଞ୍ଜାମ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନକଲେ ପିଇଓ
ଗଞ୍ଜାମ, (ବିନୋଦ ପଲାଇ):ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଙ୍ଘ ଗଞ୍ଜାମ ବ୍ଲକ ଶାଖା ପକ୍ଷରୁ ଦୁଇ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ବିଡ଼ିଓ ଯସ୍ମୀନ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି। ସେମାନେ ଦର୍ଶାଇଛନ୍ତି , ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ ରୁ ଯୁକ୍ତତିନି କୁ ଉନ୍ନତି, କରିବା, ଦରମା ହାର ଲେବେଲ ପାଞ୍ଚ ରୁ ୨୧,୭୦୦ରୁ ଲେବେଲ ନଅର ୩୫,୪୦୦ ବୃଦ୍ଧି ଏବଂ ଦଶ ବର୍ଷ ପୂରଣ କରିଥିବା ନିର୍ବାହୀଅଧିକାରୀଙ୍କୁ ସ୍ୱତନ୍ତ୍ର ପଦବୀରେ ଅବସ୍ଥାପିତ କରିବା ନେଇ ଦାବି କରିଛନ୍ତି। ଏହି ଦାବି ଯଦି କାର୍ଯ୍ୟକାରୀ କରାନଯାଏ ତେବେ ତେବେ ଆସନ୍ତା ସାତ ତାରିଖରୁ ସତର ତାରିଖ ପର୍ଯ୍ୟନ୍ତ ତାରିଖରୁ କଳାବ୍ୟାଜ ପିନ୍ଧିବେ ଏବଂ ୧୮ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘ ଚେତାବନୀ ଦେଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ବ୍ଳକ ସଭାପତି ଦିଲ୍ଲୀପ କୁମାର ନାୟକ, ଶ୍ରୀକାନ୍ତ ଗୌଡ଼,ନୀଳମଣୀ ବେହେରା, ପଞ୍ଚାନନ ସେଠି, ଭଗବାନ ବେହେରା, ଗୌରାଙ୍ଗ ଲେଙ୍କା, କମଳକାନ୍ତ ପଣ୍ଡା, ଶ୍ରୀକୃଷ୍ଣ ସାହୁ, କେ.ପାଟୁଡୁ, ସୁଧୀର କୁମାର ଭୂଷଣ ଉପସ୍ଥିତ ଥିଲେ।