ନନ୍ଦଘର ପ୍ରକଳ୍ପ କେନ୍ଦ୍ରରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ
ଗଂଜାମ, (ବିନୋଦ ପଲାଇ):ବେଦାନ୍ତ ନନ୍ଦଘର ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଅଛି ।ବେଦାନ୍ତ ଗ୍ରୁପର ଅନୀଲ ଅଗ୍ରୱାଲ ଫାଉଣ୍ଡେସନର ସାମାଜିକ ପଦକ୍ଷେପ ଅନୁଯାୟୀ ଗଂଜାମ ଜିଲ୍ଲାର ଛତ୍ରପୁର, ଗଂଜାମ,ଖଲ୍ଲିକୋଟ ବ୍ଲକରେ ମୋଟ ୨୫ ଟି ନନ୍ଦଘର(ଅଙ୍ଗନବାଡି କେନ୍ଦ୍ର) ପରିଚାଳିତ ହେଉଅଛି ।ଏହାକୁ ଆମେରିକୀୟ ଇଣ୍ଡିଆନ ଫାଉଣ୍ଡେସନ ପରିଚାଳନା କରୁଅଛି ।ବିଶ୍ୱ ସ୍ତନ୍ୟପାନ ସପ୍ତାହଟିକୁ ଖଲ୍ଲିକୋଟ ବ୍ଲକର ଗୋପାଳପଲ୍ଲୀ ଅଙ୍ଗନବାଡି କେନ୍ଦରେ ଅନୁଷ୍ଠିତ କରାଯାଇଛି ।ଅଙ୍ଗନବାଡି କେନ୍ଦ୍ରରେ ପ୍ରସୂତି ଓ ଗର୍ଭବତୀ ମା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା ।ଏଥିରେ ଗଂଜାମ ନନ୍ଦଘର ମୁଖ୍ୟ ଶିବାନନ୍ଦ ପଲାଇ ଯୋଗ ଦେଇ ସ୍ତନ୍ୟପାନ କିଭଳି ଶିଶୁର ମାନସିକ ସ୍ତରରେ ପ୍ରଭାବ ପକାଇ ଥାଏ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।ଅଙ୍ଗନବାଡି କର୍ମୀ ରୋହିଣୀ ପଟନାୟକ ଅଭିଭାଷଣ ଦେଇ ସୁରକ୍ଷିତ ସ୍ତନ୍ୟପାନ ବିଷୟରେ ଆଲୋଚନା କରିଥିଲେ ।ଅନ୍ୟ ଅଙ୍ଗନବାଡି ଦିଦି ଗୀତାଲଷ୍ମୀ ପଟ୍ଟନାୟକ,ବାସନ୍ତୀ ପରିଡ଼ା, ସୁଲତା କୁମାରୀ ସ୍ୱାଇଁ ଯୋଗ ଦେଇ ନିଜର ଅଭିଭାଷଣ ରଖିଥିଲେ ।ସହାୟିକା କମା ସ୍ୱାଇଁ,ପ୍ରତିମା ବିଷୋୟୀ,ସଞ୍ଜୁ ମହାରଣା କାର୍ଯ୍ୟକର୍ମକୁ ପରିଚାଳନା କରିଥିଲେ ।ଶେଷରେ କ୍ଲଷ୍ଟର ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ ।


