ତିନି ଦଫା ଦାବିନେଇ ଗଞ୍ଜାମ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ଦାବି ପତ୍ର ପ୍ରଦାନ

ଗଞ୍ଜାମ, (ବିନୋଦ ପଲାଇ):ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ରାଜ୍ୟ ଓ ଜିଲ୍ଲା ଆହ୍ବାନ କ୍ରମେ ଆଜି ଗଞ୍ଜାମ ବ୍ଲକ ଶାଖା ପକ୍ଷରୁ ତିନି ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଟି ଶିକ୍ଷାଅଧିକାରୀଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଆଜି ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ଏକ ବୈଠକ ବ୍ଳକ ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ସମସ୍ୟା ଓ ଦାବି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ପରେ ଏକ ଶୋଭାଯାତ୍ରାରେ ବାହାରି ଗୋଷ୍ଟି ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ। ପରେ ତିନି ଦଫା ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟରତ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟାକାଳକୁ ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡ଼ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କ୍ୟାଡର ଭୁକ୍ତ କରିବା, କଳା ଓ କ୍ରୀଡା ଶିକ୍ଷକ ଓ , ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ, ସମସ୍ତ ବର୍ଗର ଶିକ୍ଷକ ମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ (ମୂଳ ବେତନ ଲେଭେଲ ୯ ଗ୍ରେଡ଼ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯିବା, ନୂତନ ପେନସନ ପ୍ରଥା ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯିବ ନେଇ ପ୍ରଦାନ କରିଥିଲେ। ଏହି ଦାବି କାର୍ଯ୍ୟକାରୀ ନହେଲେ ଚକିତ ମାସ ୧୬ ତାରିଖରୁ ସମସ୍ତେ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ରହିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ଶିକ୍ଷକନେତା କୃଷ୍ଣଚନ୍ଦ୍ର ବେହେରା, ଅଭିରାମ ନାୟକ, ନିରଞ୍ଜନ ମହାପାତ୍ର, ଭବାନୀ ଶଙ୍କର ପଟ୍ଟନାୟକ, ହୃଷିକେଶ ପଣ୍ଡା, ଗଜେନ୍ଦ୍ର ମାଝୀ, ରାମକୃଷ୍ଣ ବେହେରା, ବିଜୟ ମହାନ୍ତି, ଲକ୍ଷଣ ନାହାକ, ପ୍ରକାଶ ଚନ୍ଦ୍ର ବେହେରା, ଦୁର୍ଗା ପ୍ରସାଦ ପଟ୍ଟନାୟକ, ମହେଶ କୁମାର ବେହେରା, ଜୟକୃଷ୍ଣ ତ୍ରିପାଠୀ ପ୍ରମୁଖଙ୍କ ସମେତ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ