୮ଲକ୍ଷ ଟଙ୍କାରେ ନିର୍ମାଣ ରାସ୍ତାର ପୋଲ ଧୋଇଗଲା

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢ଼ିଆରିପଲ୍ଲି ପଞ୍ଚାୟତରେ ୮ଲକ୍ଷ ଟଙ୍କା ବ୍ୟୟରେ ୬ମାସ ତଳେ ନିର୍ମାଣାଧିନ ଏକ ରାସ୍ତାର ପୋଲ ଚଳିତ ଲଘୁଚାପ ଜନିତ ବର୍ଷାରେ ଧୋଇ ଯାଇଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ୨୦୨୨/୨୩ ଆଥିକ ବର୍ଷରେ ପଢ଼ିଆରିପଲ୍ଲୀ ପଞ୍ଚାୟତର ଡାହିସାହିରୁ ତପନ ପାତ୍ର ଘର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଲାଗି ୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମନରେଗା ଯୋଜନାରେ ରାସ୍ତାକାମ ହୋଇଥିଲା । ଏହି ରାସ୍ତା ଉପରେ ଥିବା ଏକ ନାଳରେ ହୋମପାଇପ ବିଛାଯାଇ ପୋଲିଆ ନିର୍ମାଣ କରାଯାଇଥିଲା । ଗତ ୬ମାସ ତଳେ ଏହି କାମ ହୋଇଥିବାବେଳେ ଚଳିତ ଲଘୁଚାପ ବର୍ଷାରେ ପୋଲଟି ସମ୍ପୁର୍ଣ୍ଣ ଧୋଇଯାଇ ହୋମପାଇପ ଗୁଡିକ ବର୍ଷା ପାଣିରେ ଭାଷି ଯାଇଥିବା ଦେଖିବାକୁ ମିଳିଛି । ଫଳରେ ଏହି ରାସ୍ତାଦେଇ ଯାତାୟତ ବନ୍ଦ ହୋଇଯାଇଛି । ଏହାକୁ ନେଇ ଲୋକମାନଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ପଢ଼ିଆରିପଲ୍ଲୀ ପଞ୍ଚାୟତର ସରପଞ୍ଚ ଅଜିତ ରାଉତଙ୍କୁ ପଚାରିବାରେ ସେ କହିଛନ୍ତି ଯେ କାମ ଚାଲିଛି ସରିନାହିଁ । ଅତିମାତ୍ରାରେ ବର୍ଷା ହେବାରୁ ପ୍ରବଳ ମାତ୍ରାରେ ପାହାଡରୁ ପାଣି ଆସିବାରୁ ପୋଲିଆ ଗୁଡିକୁ ଭଷାଇନେଲା । ଏହି କାମର କିଛି ପଇସା ବି ମିଳିନାହିଁ ବୋଲି ସେ କହିଛନ୍ତି । ସେହିପରି ବ୍ଲକର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏଠାରେ କଂକ୍ରିଟ ପୋଲର ଆବଶ୍ୟକତା ଅଛି, ଯେଉଁଥିପାଇଁ କି ଅଧିକ ଅନୁଦାନ ଦରକାର । କାରଣଏତେ ମାତ୍ରାରେ ପାଣି ଆସୁଛି ଯେ ତାହା ନିସ୍କାସନ ପାଇଁ ପର୍ଯ୍ୟପ୍ତ ସୁବିଧା ହେଉନି । ତଥାପି ଆମେ ଦେଖୁଛୁ କଣ ହୋଇପାରିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ