ଅଡରବଜାର ରେ ୨୪୦ ଗ୍ରାମ ବ୍ରାଉନସୁଗାର ଜବତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ଅବକାରୀ ଥାନା -୧ ପକ୍ଷରୁ ରବିବାର ଅଡର ବଜାର ସୁନ୍ନି ମସଜିଦ ସମ୍ମୁଖରେ ଜଣେ ଯୁବକଙ୍କ ଠାରୁ ୨୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି।ଏଥି ସହ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ଜବତ ବ୍ରାଉନ ସୁଗାର ର ମୂଲ୍ୟ ୨୦ ଲକ୍ଷ ୪୦ ହଜାର ଟଙ୍କା ହେବ।ଗିରଫ ଯୁବକ ହେଲେ ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ଗଣେଶ ବଜାର ସୁଇପର କଲୋନୀ ର ଦୈତାରି ମହାକୁଡ(୩୦) ବୋଲି ଜଣାପଡିଛି।ଦଇତାରୀ ବାଲେଶ୍ଵର ରୁ ବ୍ରାଉନ ସୁଗାର ନେଇ ଯାଜପୁର ରେ ବ୍ୟବସାୟୀ କରେ ବୋଲି ଅବକାରୀ ପକ୍ଷରୁ ସୂଚନା ଦିଆଯାଇଛି। ଏ ବାବଦରେ ଜିଲ୍ଲା ଅବକାରୀ ଥାନା ୧ ପକ୍ଷରୁ କେଶ ନମ୍ବର ୭୪/୨୩-୨୪ ମୂଳେ ମାମଲା ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ