କଂଗ୍ରେସ ର କର୍ମୀ ସମାବେଶ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ସ୍ଥିତ ରବୀନ୍ଦ୍ର କଲ୍ୟାଣ ମଣ୍ଡପ ଠାରେ ଆଜି ନିମାପଡ଼ା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ସମାବେଶ ରେ ଅତିଥି ଭାବେ ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଶିବାନନ୍ଦ ରାୟ, ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ପୃଥିବୀବଲ୍ଲଭ ପଟ୍ଟନାୟକ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଜୟରାମ ପଟ୍ଟନାୟକ, ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ତୃଣମୂଳ ସ୍ତରରୁ କିପରି ଦଳ କୁ ମଜଭୁତ କରି ଆଗାମୀ ସାଧାରଣ ନିର୍ବାଚନ ଲଢ଼ାଯିବ ସେ ସମ୍ପର୍କ ରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହି ବୈଠକ ରେ ପୂର୍ବତନ ସରପଞ୍ଚ ଆର୍ତ୍ତତ୍ରାଣ ଦାସ, ମନୋରମା କାଣ୍ଡୀ,ବନବିହାରୀ ଦାଶ, ଅର୍ଜୁନ ସ୍ଵାଇଁ, ହରିହର ବେହେରା, ରଘୁ ବେହେରା ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି ଓ ଦଳୀୟ କର୍ମୀ ମାନେ ଯୋଗ ଦେଇଥିଲେ। ବ୍ଲକ କଂଗ୍ରେସ କମିଟି ସଭାପତି ଙ୍କୁ ପରିବର୍ତ୍ତନ କରିବାକୁ କିଛି କର୍ମୀ ଦଳୀୟ ନେତା ଙ୍କ ନିକଟରେ ଦାବି କରିବାରୁ କିଛି ସମୟ ପାଇଁ ବୈଠକ ରେ ହୋ ହାଲ୍ଲା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ