ପାରଳା ପୌରାଞ୍ଚଳରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା କେବେ ଆରମ୍ଭ ହେବ?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦ ପକ୍ଷରୁ ଦୁଇ ମାସ ପୂର୍ବରୁ ଦୈନିକ ବଜାର ରାସ୍ତା ଦେଇ ରାଜଦାଣ୍ଡ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଥିବାର ଦେଖିବାକୁ ମିଳିଥିଲା । ଏହି ଜବରଦଖଲ ଉଚ୍ଛେଦ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ସମୟରେ ଲୋକ ଦେଖାଇବା ଭଳି ଉଛେଦ ପ୍ରକ୍ରିୟା ଦେଖିବାକୁ ମିଳିଥିଲା । ସେହି ଅଳରେ ପୌରପରିଷଦର ନିର୍ବାହୀ ଅଧିକାରୀ ବନମାଳୀ ଶତପଥିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୌରକର୍ମଚାରୀମାନେ ଦୈନିକ ବଜାର ରାସ୍ତା ଦେଇ ରାଜଦାଣ୍ଡର ଉଭୟ ପାଶ୍ୱର୍ରେ ଥିବା ଜବରଦଖଲ ଉଚ୍ଛେଦ କରିବା ଭଳିଆ ବ୍ୟବସାୟୀ ଙ୍କୁ ଅବଗତ କରାଇଥିଲେ। ବିଶେଷ କରି ହୋଡିଂ ବୋର୍ଡ, ରାସ୍ତା ଉପରକୁ ମାଡି ଆସିଥିବା ଅସ୍ଥାୟୀ ଦୋକାନ ଆଦିକୁ କିଛି ସମୟ ପାଇଁ ଉଠାଇଥିଲେ । ସେହିପରି ରାସ୍ତା ଉପରେ ଗାଡି ପାର୍କିଂ କରୁଥିବା ବ୍ୟକ୍ତିବିଶେଷଙ୍କୁ ସେମାନେ ନିଜେ ନିଜେ ପାର୍କିଂ ବ୍ୟବସ୍ଥା କରିବାପାଇଁ କୁହାଯାଇଥିଲା ସେଥି ପାଇଁ ସେମାନଙ୍କୁ ସମୟ ଦିଆଯାଇଥିଲା । ଯଦି ଆଗାମୀ ଦିନରେ ଜବରଦଖଲ କିମ୍ବା ପାର୍କିଂ ପୁନରାବୃତ୍ତି ହୁଏ ତେବେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଭରିବେ ବୋଲି ଚେତାବନୀ ଦିଆଯାଇଛି । । ଅନ୍ୟପକ୍ଷରେ ପାରଳା ସହରର ରାଜଦାଣ୍ଡ ଏକ ପ୍ରମୁଖ ସ୍ଥଳ ହୋଇଥିବାରୁ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥାଏ । ବିଶେଷ କରି ସନ୍ଧ୍ୟା ସମୟରେ ଅସ୍ଥାୟୀ ଦୋକାନୀ ମାନେ ଠେଲାଗାଡି ମାଧ୍ୟମରେ ଚାର୍ଟ, ଫାଷ୍ଟଫୁଡ, ଗୁପଚୁପ, ଜଳଖିଆ ଦୋକାନ ଆଦି କରୁଥିବାରୁ ପ୍ରବଳ ଗହଳି ହେଉଛି । ଏଥି ଯୋଗୁଁ ରାଜଦାଣ୍ଡ ରାସ୍ତା ସଂକୀର୍ଣ୍ଣ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି । ଏଥି ପ୍ରତି ପୌରପ୍ରଶାସନ ଦୃଷ୍ଟି ନିକ୍ଷେପକରୁ ନାହିଁ ରାଜଦାଣ୍ଡ ରେ ପ୍ରତ୍ୟେକ ଘର ଆଜି ବଡ଼ ବଡ଼ ଦୋକାନ,ମୋହଲ ନିର୍ମାଣ ହୋଇଛି ଯାହା କି ପୌର ପରିଷଦ କେଉଁ ଆକାରରେ ଆଦେଶ ଦେଇଛନ୍ତି କୌଣସି ଦୋକାନକୁ ଗାଡ଼ି ପାର୍କିଂ ର ସୁବିଧା ନାହିଁ, ଯାହା ଫଳରେ ରାସ୍ତା ସଂକୀର୍ଣ୍ଣ ହେଉଛି। ସେହିପରି ପୂର୍ବାନୁଯାୟୀ ପିଏଚଡ଼ି ରାସ୍ତା ସମ୍ମୁଖରେ କିଛି ଜଳଖିଆ ଦୋକାନ ଓ ରାସ୍ତା ଉପରେ ମାଡ଼ି ବସିଛନ୍ତି କିଛି ବ୍ୟବସିୟୀ, ସେହିପରି କରଣସାହି ପାଖରେ ମହାରାଜା ପ୍ରତିମୂର୍ତ୍ତି ସମ୍ମୁଖରେ ତଥା ବିଚ୍ ରାସ୍ତା ଉପରେ ଟେବୁଲ୍ ରଖି ଫୁଲ ଦୋକାନୀ ପକାଇଛି ଏହା ହେଉଛି ଉଦାହରଣ ସ୍ୱରୂପ ଅବଗତ କରାଯାଉଛି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛନ୍ତି। ଯଦି ପୌର ପରିଷଦ ପକ୍ଷରୁ ଲୋକଙ୍କ ସେବା ମନୋବୃତ୍ତି ରହିଥାନ୍ତା ତାହା ହେଲେ ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରତ୍ୟେକ ଦିନ ଟ୍ରଡ ଲାଇସେନ୍ସ ନିମନ୍ତେ ଯେଉଁ ପ୍ରକାରର ଦିନ ରାତି ଏକ କରି ପଦକ୍ଷେପ ନେଇଛନ୍ତି
ସେ ହିସାବରେ ପାରଳାପୈର ପରିଷଦ ପକ୍ଷରୁ ପ୍ରତ୍ୟେକ ଦିନ ଜବରଦଖଲ ଉଚ୍ଛେଦ ନିମନ୍ତେ ଧ୍ୟାନ ଦେଇଥିଲେ ସହରରେ ଟ୍ରାଫିକ ସମସ୍ୟା ସମାଧାନ ହୋଇଯାଇ ଥାନ୍ତା।ବହୁତ ଦୁଃଖ ଓ ପରିତାପର ବିଷୟ ହେଉଛି ନାଗସାପ ଫେଣ ଟେକିବା ଭଳିଆ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ଦେଖିବାକୁ ମିଳୁଛି ଓ ସାପକୁ ଗଦ ସୁଙ୍ଗାଇବା ଫଳରେ ସାପ ମୁଣ୍ଡ ନୁଆଇଁ ଦେବା ହିସାବରେ ରାଜ ଦାଣ୍ଡ ସାହିରେ ଗୋଟିଏ ଜୁସ୍ ଦୋକାନ କୁ ଉଛେଦ କରିବା ସମୟରେ ସେ ବ୍ୟବସାୟୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କଠାରୁ କର୍ମଚାରୀ ଙ୍କୁ ଖରାପ୍ ବ୍ୟବହାର ଦେଖାଇବା ବେଳେ ଅଧିକାରୀ ମହାସୟ ଙ୍କ ନିକଟରେ ସମସ୍ତ ପ୍ରକାର ଦାଇତ୍ୱ ଥିବା କ୍ଷେତ୍ରରେ ସେ ସମୟରେ ସେ ବ୍ୟବସାୟୀ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା, ନାଁ କୌଣସି ପ୍ରଭାବଶାଳୀ ବ୍ୟକ୍ତି ନାଁ ରାଜନୈତିକ ଚାପ, ନାଁ କିଛି ପକେଟ୍ ଖର୍ଚ୍ଚ ବାବତକୁ ମିଳିଗଲା ଯେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ସଂପୂର୍ଣ୍ଣ ରୁପେ ନାଗସାପ ଫେଣ ରେ ଗଦ ଚଖେଇ ଦେଇ ପ୍ରକ୍ରିୟା ବନ୍ଦ ହୋଇଗଲା। ନାଁ ଆମେ ଜାଣିବାରେ ତୃଟି ରହିଗଲା । ଵର୍ତମାନ ଟ୍ରେଡ ଲାଇସେନ୍ସ ଏବଂ ପଲିଥିନ ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି ଓ ଜରିମାନା ଆଦାୟ କରାଯାଇଛି। ଏହି ଅବସରରେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ଯେ ଯଦି ପାରଳାଖେମୁଣ୍ଡି ସହରରେ ଜବରଦଖଲ ହଟାଇବାକୁ ପୋଲିଥିନ ମୁକ୍ତ ଭଳିଆ ଜବରଦଖଲ ଉଚ୍ଛେଦ ଅଭିଯାନ ନ କରିବା କାରଣ କ’ଣ?ନା ଜବରଦଖଲକାରୀ ଙ୍କ ଠାରୁ କିଛି ମାସିକ ବ୍ୟବସ୍ଥା ହୋଇଥିବ ବୋଲି ଅଞ୍ଚଳ ବାସିନ୍ଦା ଙ୍କ ନିକଟରୁ ସୁଣିବାକୁ ମିଳିଛି ଯେ ଏହି ପୌର ପରିଷଦ ପକ୍ଷରୁ ପ୍ରତ୍ୟେକ ବର୍ଷ ରାସ୍ତା ଉପର ବ୍ୟବସାୟୀ ନିଶ୍ଚିତ ଭାବରେ ଜବର ଦଖଲ କରି ବ୍ୟବସାୟ କରନ୍ତି। ସେମାନଙ୍କ ଠାରୁ କିଛି ପାଉଣା ବଢାଇବା ପାଇଁ ଏହି ପ୍ରକ୍ରିୟା ଦେଖାଇ ହରି ଲୁଟ କରିବା ଗୋଟିଏ ଯୋଜନା ପାରଳାର ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ