କ୍ରାନ୍ତି ଦିବସରେ ବାଲେଶ୍ଵର ଠାରେ ଶ୍ରମଜିଵୀ ଜନଗଣଙ୍କର ବିକ୍ଷୋଭ ଅନୁଷ୍ଠିତ

ଵାଲେଶ୍ଵର, (ସରୋଜ ପଣ୍ଡା):ଆଜି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ମାନଙ୍କ ସଂଯୁକ୍ତ ମୋର୍ଚ୍ଚା ଆହ୍ଵାନରେ ଦରଵୃଦ୍ଧି, ଵେରୋଜଗାରୀ, ଦାରିଦ୍ର୍ୟ, ଶିକ୍ଷା ସଂକୋଚନ ଓ ସ୍ଵାସ୍ଥ୍ୟାଵସ୍ଥାର ସର୍ଵନାଶ, କୋଭିଡ ମହାମାରୀ ପରିଚାଳନାରେ ବିଫଳତା, ଵିମୂଦ୍ରାକରଣ କରାଇ ଅଣୁ,କୁଟୀର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଧରାଶାୟୀ କରାଇବା,ଜିଏସଟି ଲଗାଇ ଗରିବ ଓ ମଧ୍ୟବିତ୍ତ ଙ୍କୁ ଲୁଣ୍ଠନ, ଏନ୍.ଏମ୍.ପି ନାମରେ ସମସ୍ତ ରାଷ୍ଟ୍ରୀୟ ସମ୍ଵଳ ଆଦାନୀ ଆମ୍ଵାନୀ ଟାଟା ସମେତ ଅନ୍ଯାନ୍ଯ କମ୍ପାନୀଙ୍କ ପାଦତଳେ ସମର୍ପଣ କରିଛନ୍ତି।ପ୍ରତିଵଦଳରେ ଇଲେକ୍ଟୋରାଲ ଵଣ୍ଡ ମାଧ୍ଯମରେ ଚାନ୍ଦା ନେଇ ନିଜ ଦଳୀୟ ପ୍ରାସାଦ ନିର୍ମାଣ କରି ଭାରତୀୟ ଜନଗଣଙ୍କୁ ଓ ଦେଶକୁ ଲୁଣ୍ଠନ କରୁଥିଵା ପ୍ରତିଵାଦରେ ଏଆଇଟିୟୁସି ସହଵନ୍ଧୀତ ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ, ଓଡ଼ିଶା ପଥ ବିକ୍ରେତା ସଂଘ ଓ ଅନ୍ଯାନ୍ଯ ୟୁନିୟନ ପକ୍ଷରୁ ମିଳିତ ଭାବେ ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛ। ସ୍ଵାଧୀନତା ପୁର୍ବରୁ ଓ ପରେ ଦେଶର ଶ୍ରମିକ ଶ୍ରେଣୀର ସଂଘର୍ଷ ଫଳରେ ପ୍ରଣୀତ ୪୪ଟି ଶ୍ରମ ଆଇନରୁ ୧୫ଟି ସମ୍ପୁର୍ଣ୍ଣ ଉଛେଦ ସହ ଅବଶିଷ୍ଟ ୨୯ଟି ଆଇନର ଆମୂଳଚୁଳ ପରିବର୍ତ୍ତନ କରି ଶ୍ରମିକ ଶ୍ରେଣୀକୁ ପ୍ରାକ୍ ମଧ୍ୟଯୁଗୀୟ କ୍ରୀତ ଦାସ ପ୍ରଥା ଭିତରକୁ ନିକ୍ଷେପ କରାଯାଇ ଶିଳ୍ପପତିଙ୍କ ଵେଲଗାମ ଶ୍ରମିକ ଶୋଷଣ ପାଇଁ ବ୍ୟବସ୍ଥା କରାଯାଇଛି। ସମସ୍ତ ରାଷ୍ଟ୍ରାୟତ୍ତ ସଂସ୍ଥାର ଘରୋଇକରଣ ପାଇଁ ନେଶନାଲ ମନେଟାଇଜିଙ୍ଗ ପାଇପଲାଇନ (ଏନ୍.ଏମ୍.ପି.) ପ୍ରଣୟନ କରି ବିଜେପିକୁ ଦଳୀୟ ଚାନ୍ଦା ଦେଉଥିବା ଶିଳ୍ପପତିଙ୍କ ଲାଭ ପାଇଁ ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ସଂସ୍ଥା ଯଥା ଲୁହା,ଇସ୍ପାତ, କୋଇଲା ସମେତ ଅନ୍ଯାନ୍ଯ ଖଣିଜ ପଦାର୍ଥ, ରେଳବାଇ,ରାଜପଥ, ଜଳପଥ, ଵିମାନ ବନ୍ଦର, ପୋତାଶ୍ରୟ ବନ୍ଦର, ଵ୍ଯାଙ୍କ,ବୀମା ଭଳି ସମସ୍ତ ଆର୍ଥିକ କ୍ଷେତ୍ର, ପେଟ୍ରୋଲିୟମ, ଗ୍ୟାସ, ବିଦ୍ୟୁତ୍, ଔଷଧ ଶିଳ୍ପ ସଵୁ ସମର୍ପଣ କରାଗଲାଣି। ସମସ୍ତ ସାମଗ୍ରୀର ଦର ଶିଳ୍ପପତି ଓ ରାହୁ ପୁଞ୍ଜିପତିଙ୍କ ମନ ଇଛା ବୃଦ୍ଧି କଲାବେଳେ ମଜୁରୀ ଓ ବେତନ ବୃଦ୍ଧି କରାଯାଉ ନାହିଁ। କର୍ମନିଯୁକ୍ତି ହ୍ରାସ କରାଯାଉଛି, ଯେତିକି ଚାକିରୀରେ ଅଛନ୍ତି ତାଙ୍କୁ ସୁସ୍ଥ ରେ ଚଳିବା ପାଇଁ ବେତନ ନାହିଁ।ଏଥିରେ ସରକାର ଦେଶରେ କୋଟି କୋଟି ମହିଳା ଶ୍ରମିକଙ୍କ ଶ୍ରମ ଶୋଷଣ କରୁଛନ୍ତି, ସ୍କିମ୍ ଓ୍ଵାର୍କରଙ୍କୁ ସର୍ବନିମ୍ନ ମଜୁରୀ ଓ ସାମାଜିକ ନିରାପତ୍ତା ଦେଉନାହାନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ଼ ପ୍ରତ୍ୟାହାର, ଅତ୍ୟାବଶ୍ୟକୀୟ ପ୍ରତିରକ୍ଷା ସେଵା ଆଇନ ଓ ଵିଦ୍ଯୁତ ସଂଶୋଧନ ଆଇନ ବାତିଲ କରିବା,ଏନ୍ଏମପି ପ୍ରତ୍ୟାହାର, ଅଙ୍ଗନଓ୍ଵାଡି,ଆଶା,ପାଚିକା ଓ ଅନ୍ଯାନ୍ଯ ସ୍କିମ୍ ଓ୍ଵାର୍କରଙ୍କୁ ଓ୍ଵାର୍କର ମାନ୍ଯତା ପ୍ରଦାନ, ସର୍ବନିମ୍ନ ମାସିକ ମଜୁରୀ ୨୬ହଜାର ଟଙ୍କା, ମନରେଗା ମାଧ୍ଯମରେ ଵର୍ଷକୁ ୨ଶହ ଦିନର ନିଯୁକ୍ତି ଗ୍ୟାରେଣ୍ଟି ସହ ଦୈନିକ ସର୍ବନିମ୍ନ ମଜୁରୀ ଏକ ହଜାର ଟଙ୍କା ପ୍ରଦାନ, ସ୍କିମ୍ ଏବଂ ଆସଂଗଠଇତ ଶ୍ରମିକଙ୍କୁ ନିଶ୍ଚିତ ସାମାଜିକ ସୁରକକ୍ଷା ପ୍ରଦାନ, ପୁରାତନ ପେନସନ ବ୍ୟବସ୍ଥା ପଉନର୍ଵଆହଆଲ ସହ ଇପିଏଫ୍ ର ସର୍ବନିମ୍ନ ପେନସନ ମାସିକ ୧୦ହଜାର ଟଙ୍କାକୁ ଧାର୍ଯ୍ୟ କରିବା, ସାମ୍ପ୍ରଦାୟିକ ଦଙ୍ଗା ଵନ୍ଦ, ନାରୀ ନିର୍ଯ୍ଯାତନା ବନ୍ଦ କରିଵା, କଓଭିଡ୍ ଯୋଦ୍ଧା ଆଖ୍ୟା ଦିଆଯାଇଥିବା ସ୍କିମ ଓ୍ଵାର୍କରଙ୍କ ସମେତ ସମସ୍ତ କୋଭିଡ୍ ଯୋଦ୍ଧା ଙ୍କୁ ବୀମା ବ୍ୟବସ୍ଥା କରିବା,ଖୁଚୁରା ଵଏପଆରରଏ ଵିଦେଶୀ ପୁଞ୍ଜି ଵନ୍ଦ, ପେଟ୍ରୋଲିୟମ ସମେତ ସମସ୍ତ ସାମଗ୍ରୀର ଦର ନିୟନ୍ତ୍ରଣ କରିବା ଇତ୍ୟାଦି ଦାବିନେଇ ଆଜି ଶତାଧିକ ଅଙ୍ଗନଓ୍ଵାଡି କର୍ମୀ ସହାୟିକା, ପଥ ଵିକ୍ରେତା ଏକ ଶୋଭାଯାତ୍ରାରେ ଉଡନ୍ତା ପୋଲଠାରୁ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ, ନିଖିଳ ଓଡ଼ିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ରାଜ୍ୟ ଉପସଆଧଆରଣ ସମ୍ପାଦକ ତଥା ଜିଲ୍ଲା ସଭାପତି ପ୍ରତିଭା ପାଲ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀ ପ୍ରିୟା ଦାସ, ଉପସଭାପତି ସୁଷମା ପାତ୍ର, ନିର୍ବାସିନୀ ପ୍ରଧାନ, ଭାରତୀ ନାୟକ, ପ୍ରତିଭା ନାୟକ,ଅନୁପମା ଗିରି,ମାନିନୀ ଆଚାର୍ଯ୍ୟ, ନିଶାମଣି ନାୟକ, ସଂଯୁକ୍ତା ସିଂହ, ସାମ୍ରିନ୍ ଖାଦ୍ରୀ,ଶାନ୍ତିଲତା ମାଝୀ, ରିଙ୍କି ହାଲଦାର, ଦ୍ଵୀପାନ୍ଵିତା ପଟ୍ଟନାୟକ, ମଞ୍ଜୁଲତା ପ୍ରମାଣିକ, ନିଖିଳ ଓଡ଼ିଶା ମନରେଗା ଶ୍ରମିକ ସଂଘ ର ତପନ କୁମାର ସିଟ୍, ଓଡ଼ିଶା ପଥ ବିକ୍ରେତା ସଂଘ ଉପସଭାପତି ଆଵିଦ ଖାନ୍, ଦୀନବନ୍ଧୁ ସାହୁ ଓ ରାମ ଚନ୍ଦ୍ର ପରିଡା ପ୍ରମୁଖ ନେତୃତ୍ଵ ନେଇଥିଲେ। ପ୍ରତିଭା ପାଲଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଉପସ୍ଥାପନ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ