କ୍ରାନ୍ତି ଦିବସରେ ଅବସରରେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତର ପଞ୍ଚୟତବାସୀ ପାନୀୟ ଜଳ,ଗମନାଗମନ ରାସ୍ତା ଓ ପକ୍କା ଘର ଦାବି କରି ଆଜି କ୍ରାନ୍ତି ଦିବସ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିନିକିଆ ଅନଶନ ରେ ବସିଲେ।ଏହି ଅନଶନ ଯୁବନେତା ବିକ୍ରମ ପଣ୍ଡା ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା। ଅନଶନ ସ୍ଥଳରେ ବହୁ ନେତୃବୃନ୍ଦ ଯୋଗ ଦେଇ ଶାସକ ଦଳର ବିଧାୟକଙ୍କୁ ତୀବ୍ର ସମାଲୋଚନା କରିଥିଲେ। ପରେ ଏକ ପ୍ରତିନିଧିଦଳ ଶ୍ରୀ ପଣ୍ଡା ଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅନଶନ ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା ମିଶନ ପଡିଆ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଅନଶନ ସ୍ଥଳରେ ପହଞ୍ଚିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ