ଓୟୁଜେ ପକ୍ଷରୁ କ୍ରାନ୍ତି ଦିବସ ପାଳିତ
ଵାଲେଶ୍ଵର, (ସରୋଜ ପଣ୍ଡା):ପ୍ରବଳ ପରାକ୍ରମୀ ଇଂରେଜ ଶାସକ ମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଡାକରାରେ “କର ବା ମର” ଆହ୍ଵାନରେ ସାମିଲ ହୋଇଥିବା ଦେଶପ୍ରେମୀ ସଂଗ୍ରାମୀ ମାନଙ୍କ ସ୍ମୃତିକୁ ଯୁବ ସମାଜକୁ ସ୍ମରଣ କରାଇଦେବା ଉଦ୍ଦେଶ୍ୟରେ ଆଜି ଓଡ଼ିଶା ସାମ୍ବାଦିକ ୟୁନିଅନ ବାଲେଶ୍ବର ଜିଲ୍ଲା ଶାଖା ପକ୍ଷରୁ ଶହୀଦ ପାର୍କ ଠାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ୧୯୪୨ମସିହା ଅଗଷ୍ଟ 8ତାରିଖ ଦିନ ଜାତୀୟ କଂଗ୍ରେସ ର ବମ୍ବେ ଅଧିବେଶନରେ ଇଂରେଜ ମାନଙ୍କୁ ଦେଶରୁ ହଟାଇବା ପାଇଁ ଜାତିର ପିତା ମହାତ୍ମା ଗାନ୍ଧୀ ଭାରତ ଛାଡ ଆନ୍ଦୋଳନର ପ୍ରସ୍ତାବ ଦେଇଥିଲେ। ଏହା ଗୃହୀତ ହେବା ପରେ ଅଗଷ୍ଟ ୯ ତାରିଖ କୁ କ୍ରାନ୍ତି ଦିବସ ବା ଭାରତ ଛାଡ ଆନ୍ଦୋଳନ ହୋଇଥିଲା। ପରେ ଏହା ଏକ ବିପ୍ଳବ ରେ ପରିଣତ ହେବା ସହିତ ଶହ ଶହ ନରନାରୀ ସାମିଲ ହୋଇ ଇଂରେଜ ମାନଙ୍କୁ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ବିରୋଧ ପ୍ରଦର୍ଶନ କୁ ଦମନ ପାଇଁ ଇଂରେଜ ପୁଲିସ ଦମନ ଲୀଳା କରିଥିଲେ ମଧ୍ୟ ଏହା ବନାଗ୍ନି ଭଳି ସମଗ୍ର ଦେଶରେ ବ୍ୟପିଯାଇଥିଲା। ବହୁ ଦେଶପ୍ରେମୀ ସ୍ଵାଧୀନତା ପାଇଁ ହସିହସି ପ୍ରାଣବଳି ଦେଇଥିଲା। ଆଜକୁ 80ବର୍ଷ ତଳେ ସଂଗ୍ରାମ ପାଇଁ ପ୍ରାଣବଳି ଦେଇଥିବା ସଂଗ୍ରାମି ଆମକୁ ଯେଉଁ ସ୍ଵାଧୀନତା ଦେଇଛନ୍ତି ତାହାକୁ ଆଜିର ବିକଶିତ ଭାରତ ବର୍ଷ ରେ ସବୁ ସ୍ତରରେ ସୁରକ୍ଷିତ ରଖିବା ପାଇଁ ସମସ୍ତେ କାର୍ଯ୍ୟ କରିବାକୁ ବକ୍ତା ଓ ସଂଘର ସଦସ୍ୟ ମାନେ ପରାମର୍ଶ ଦେଇଥିଲେ । ସଂଘର ସଦର ବ୍ଲକ୍ ସଂଗଠକ ମହମ୍ମଦ ହାଇଦର ଖାନ ସ୍ବାଗତ ଭାଷଣ ଦେଇଥିଲେ।ସଂଘ ର ଜିଲ୍ଲା ସଭାପତି ଗଙ୍ଗାଧର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିବା ଏହି କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ,ବାଲେଶ୍ବର ପୌରପରିଷଦର ସ୍ବାସ୍ଥ୍ୟ ଅଧିକାରୀ କମଳଲୋଚନ ପାତ୍ର,କାଉନସିଲର ସେଖ ଆୟୁବ (ଶିବୁ,),ବରିଷ୍ଟ ସଦସ୍ୟ ହିମାଂଶୁ ଦାସ, ମନୋଜ କୁମାର ରାଉଳ, ଅରୂପ ନାରାୟଣ ମହାନ୍ତି, ବିନାୟକ ମହାପାତ୍ର, କହ୍ନେଇ ଚରଣ ପ୍ରଧାନ,ସୋମନାଥ ସାହୁ, ସାମ୍ବାଦିକ ପ୍ରକାଶ ଚନ୍ଦ୍ର ଦାସ, ତପନ କୁମାର ଦାସ, ଜ୍ଞାନ ରଞ୍ଜନ ଦାସ, ସଂଜିତ୍ କୁମାର ଘୋଷ ଆଜିମ୍ ବାଲେଶ୍ଵରୀ, ପ୍ରମୁଖ ଉପସ୍ଥିତ ଥିଲେ। ପୌରପରିଷଦ କର୍ମଚାରୀ ମାନଙ୍କ ପକ୍ଷରୁ ସହିଦ ପାର୍କ ପରିସର ସମେତ ପାରିପାର୍ଶ୍ଵ ସଫେଇ କରାଯାଇଥିଲା। ପରିଶେଷରେ ବରିଷ୍ଟ ସଦସ୍ୟ ଅଜିତ କୁମାର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
ଗଙ୍ଗା ଭାଈ।


