ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ କପ ଫୁଟବଲ ଚାମ୍ପିୟନ ସିପ ଉଦଘାଟନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁପଟ୍ଟନୟକ ମିନି ଷ୍ଟାଡିୟମ ପରିସରରେ ସ୍ୱାଧୀନତା ଦିବସ କପ୍ ଫୁଟବଲ ଚମ୍ପିୟାନ ସିପ- ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଚମ୍ପିୟାନ ସିପ ରେ ବାଲିଗୁଡ଼ା ଉପଖଣ୍ଡ ର ସର୍ବ ମୋଟ ୧୨ଗୋଟି ଦଳ ଭାଗ ନେଇ ଲିଗ୍ ମ୍ୟାଚ ଖେଳିବେ l ଏହାର ସେମି ଫାଇନାଲ ମ୍ୟାଚ ୧୩ ତାରିଖ ରେ ଏବଂ ଫାଇନାଲ ମ୍ୟାଚ ୧୫ ତାରିଖ ସ୍ଵାଧୀନତା ଦିବସ ରେ ଅନୁଷ୍ଠିତ ହେବ। ଉଦଘାଟନୀ ମ୍ୟାଚ ରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଳା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ରେ କ୍ରୀଡ଼ା ଓ ଆନୁଷଙ୍ଗିକ ଭିତ୍ତି ଭୂମି ଗୁଡିକର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଆଭିମୁଖ୍ୟ ଏବଂ ଓଡ଼ିଶା ରେ ଖେଳାଳି ଙ୍କ ନିମନ୍ତେ ଉପଲବ୍ଧ ବିଭିନ୍ନ ସରକାରୀ ସୁବିଧା ବିଷୟ ରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହା ବ୍ୟତୀତ ଖେଳାଳି ଙ୍କୁ ଭଲ ଖେଳ ପ୍ରଦର୍ଶନ କରି ରାଜ୍ୟ ତଥା ଜାତୀୟ ସ୍ତରରେ ଖେଳିବାକୁ ଉତ୍ସାହିତ କରିବା ସହ ଆୟୋଜକଙ୍କୁ ଏଭଳି ଏକ ବଡ଼ ଧରଣ ର ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଉଦଘାଟନୀ ମ୍ୟାଚ ରେ ପ୍ରଶାନ୍ତ କୁମାର ସାହୁ, ତ୍ରିନାଥ ମଳିକ, ତର୍ଜନ ଓ ଶମ୍ଭୁନାଥ ମଲ୍ଲିକ ପ୍ରମୁଖ ରେଫରି ଭାବେ ଖେଳ ର ସୁପରିଚାଳନା କରିଥିବା ବେଳେ ବାଲିଗୁଡ଼ା କ୍ରୀଡା ସଙ୍ଗଠନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ