ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଏନଏସି ତରଫରୁ ସ୍ଥାନୀୟ ସଭାଗୃହ ଠାରେ ମୁକ୍ତା ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଉପଦକ୍ଷା ଶାନ୍ତି ନାୟକ,ଏମଆଇ କେଦାରନାଥ ଚୌଧୁରୀ, ଯୋଗଦେଇଥିଲେ । ଏନଏସିର ସମସ୍ତ ଓାର୍ଡର ମହଳା ସ୍ୱୟଂ ସହାୟକ ଗୋଷ୍ଠି ଉପସ୍ଥିତ ରହି ମୁକ୍ତା କାର୍ଯ୍ୟାଦେଶ ଅତିଥୀ ମାନଙ୍କ ଠାରୁ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୁକ୍ତା ସଂଯୋଜକ ପ୍ରଭାତ କୁମାର ଘଡେଇ ପରିଚାଳନା କରିଥିଲେ । ସମସ୍ତ କାଉଁସିଲର ସମେତ ,ସିଟିମିଶନ ମ୍ୟାନେଜର ସୁଧାଂଶୁ ମୋହନ ହୋତା ଏମଆଇଏସ କମ୍ଭୁପାଣି ପାଣିଗ୍ରାହୀ,ମୁକ୍ତା ଯନ୍ତ୍ରୀ ଜଗଦୀଶ ବାରିକ ସମେତ ଏନଏସିର କର୍ମଚାରୀମାନେ ଉପସ୍ଥିତ ଥିଲେ ।


