ସାନଖେମୁଣ୍ଡି ରେ ବୁଲିଲା ବସୁଧା ରଥ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଜଳ ଜୀବନ ମିଶନ ଭାରତ ସରକାର ଓ ଗ୍ରାମୀଣ ଜଳ ଯୋଗାଣ ପରିମଳ ବିଭାଗର ବସୁଧା ଯୋଜନା ଓଡ଼ିଶା ସରକାରଙ୍କ ସହଭାଗିତା ରେ ଗ୍ରାମାଞ୍ଚଳରେ ଯୋଗାଈ ଦିଆଯାଉ ଥିବା ବିଶୁଦ୍ଧ ପାନୀୟ ବ୍ୟବହାର ଉପଯୋଗିତା ନେଇ ସାନଖେମୁଣ୍ଡି ବ୍ଲକ ପରିସର ମଧ୍ୟରେ ବସୁଧା ରଥ ପରିକ୍ରମା କୁ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପରିକ୍ରମା ରଥ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜଳ ଜୀବନ ମିଶନ ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରତେକ୍ ଘରେ ଘରେ ନଳ ସେ ଜଳ ଯୋଗାଣ ସୁନିଶ୍ଚିତ କରିବା ସ୍କୁଲ ଅଙ୍ଗନବାଡ଼ି, ସ୍ଵାସ୍ଥ୍ୟ କେନ୍ଦ୍ର, ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଗୁଡିକରେ ଜଳଯୋଗାଣ ପରିମଳ କୁ ଗୁରୁତ୍ବ ଦେବା ଫଳରେ ରୂପାୟନ ସଂପର୍କରେ ଗାଁ ଗାଁ ରେ ସତେତାନତା କରିବା ମୂଖ୍ୟ ଲକ୍ଷ୍ୟ ବୋଲି ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏହି ବସୁଧା ରଥ ସାନଖେମୁଣ୍ଡି ବ୍ଲକ ର ୨୬ ଟି ପଞ୍ଚାୟତ ପରିକ୍ରମା କରି ସତେତନତା କରାଇବା କାର୍ଯ୍ୟକ୍ରମରେ ଏବିଡିଓ ବୈଜନ୍ତ ମୁଣ୍ଡା, ମୁଖ୍ୟ କିରାଣୀ ମାଗାତା ବେହେରା ,ବିଭାଗୀୟ ଯନ୍ତ୍ରୀ ଉପମା ଘଡେ଼ଇ, ପିଇଓ ରାମଚନ୍ଦ୍ର ପୃଷ୍ଟି ପାଚିକା ସଙ୍ଘ ସଭାପତି ତଥା ରାଜ୍ୟ ପରିଷଦ ସଭ୍ୟ ପୂର୍ବତନ ଓସକାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ବାଇଁ ,ଜିଲ୍ଲା ପରିଷଦ ସଭ୍ୟା ଙ୍କ ପ୍ରତିନିଧି ସଙ୍କର୍ଷଣ ସ୍ବାଇଁ,ରାଜୀବ ଲୋଚନ ପାତ୍ର,ସରପଞ୍ଚ ଜାଗିଲୀ ସେଠୀ,ଶୁଶାନ୍ତ ସେଠୀ, ସଞ୍ଜୟ ରାଉତ,ଶୁଶାନ୍ତ ବାଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ।


