ସାହାରା ତରଫରୁ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଆରଏମସି ପରିସର ରେ ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ସ୍ବେଚ୍ଛାସେବୀ ସଂଗଠନ ସାହାରା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଯୁବତୀ ଓ ଯୁବକ ଏକ ରାଲିରେ ସହର ପରିକ୍ରମା କରିଥିଲେ। ପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ବେରେଡ଼ାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ, ଦଡିଙ୍ଗିଆ ସରପଞ୍ଚ ଅଶୋକ ପ୍ରଧାନ, ବଣିକ ସଂଘ ସଭାପତି ପଦ୍ମ ଚରଣ ପଣ୍ଡା, ପୂଜା କମିଟି ସଭାପତି ନାରାୟଣ ମହାନ୍ତି, ମସେସ ଦିଗାଲ ପ୍ରମୁଖ ଯୋଗ ଦେଇ ଦେଶର ଭବିଷ୍ୟତ ଗଠନରେ ଯୁବବର୍ଗଙ୍କ ଭୂମିକା ସମ୍ପର୍କରେ କହିଥିଲେ। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାହାରା ସଂପାଦକ ସୁକାନ୍ତ ନାୟକ ପରିଚାଳନା କରିଥଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ